୨୮ ରୁ ୩୦ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, ୨୫ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଆମ ପାଇଁ ୨୮,୨୯ ଓ ୩୦ ତାରିଖ ଗୁରୁତ୍ୱପୁର୍ଣ୍ଣ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ,ଗଜପତି, କୋରାପୁଟ, ମାଲକାନଗିରି,ରାୟଗଡ଼ା ଓ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା,
୨୮ ରୁ ୩୦ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, ୨୫ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଆମ ପାଇଁ ୨୮,୨୯ ଓ ୩୦ ତାରିଖ ଗୁରୁତ୍ୱପୁର୍ଣ୍ଣ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ,ଗଜପତି, କୋରାପୁଟ, ମାଲକାନଗିରି,ରାୟଗଡ଼ା ଓ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା,କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ପ୍ରଭାବିତ ହେବ। ବାତ୍ୟା ଦିଗ ପରିବର୍ତନ କରୁଥିବାରୁ ଆଇଏମଡି ଆକଳନ ଅନୁସାରେ ସରକାର ପ୍ରସ୍ତୁତି କରୁଛନ୍ତି। ଆନୁସଙ୍ଗିକ ବିଭାଗ ଗୁଡିକ ସ୍ୱତନ୍ତ୍ର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ରହିଛି। ଓଡ୍ରାଫ୍ , ଏନଡିଆରଏଫ୍ , ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ରହିଛି। ବିପର୍ଯ୍ୟୟ ପ୍ରକୋପ ଯାହା ହେଲେ ବି ସରକାର ସର୍ବୋଚ୍ଚ ପ୍ରସ୍ତୁତି କରୁଛନ୍ତି। ଲ୍ୟାଣ୍ଡ ସ୍ଲାଇଡ୍ ଅଂଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଂଚଳ ଚିହ୍ନଟ ସହ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ,ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତି, ରାସନ ଓ ମେଡିସିନ ମହଜୁଦ ପାଇଁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ପ୍ରାଥମିକତା ଜୀବନ ରକ୍ଷା। ଧନସମ୍ପତି ରକ୍ଷା କରିବା ବି ପ୍ରଥମିକତା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande