୬୨ ବର୍ଷରେ ବାଲିପୋଖରୀ କାଳୀପୂଜା
ଭଦ୍ରକ, ୨୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ବାଲିପୋଖରୀ ଠାରେ ସାର୍ବଜନୀନ କାଳୀପୂଜା ଧୂମଧାମ୍‌ରେ ଚାଲିଛି । ଏହି ପୂଜା ୬୨ ବର୍ଷରେ ପଦାର୍ପଣ କରିଥିବା ବେଳେ ବାଙ୍ଗୋର ର ମୂର୍ତିର୍କାରିଗର ସନାତନ ମହୁରୀଙ୍କ ଦ୍ୱାରା ଠାକୁରଙ୍କ ମୂର୍ତି ଓ ପାଶ୍ୱର୍ ମୂର୍ତି ମାନ ନିର୍ମାଣ କରାଯାଇ
BALI POKAHARI KALI PUJA PHOTO (1)


ଭଦ୍ରକ, ୨୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ବାଲିପୋଖରୀ ଠାରେ ସାର୍ବଜନୀନ କାଳୀପୂଜା ଧୂମଧାମ୍‌ରେ ଚାଲିଛି । ଏହି ପୂଜା ୬୨ ବର୍ଷରେ ପଦାର୍ପଣ କରିଥିବା ବେଳେ ବାଙ୍ଗୋର ର ମୂର୍ତିର୍କାରିଗର ସନାତନ ମହୁରୀଙ୍କ ଦ୍ୱାରା ଠାକୁରଙ୍କ ମୂର୍ତି ଓ ପାଶ୍ୱର୍ ମୂର୍ତି ମାନ ନିର୍ମାଣ କରାଯାଇଛି । ପଣ୍ଡିତ ରଘୁନାଥ ଶତପଥି ପୂଜାର୍ଚ୍ଚନା କରୁଥିବା ବେଳେ ୭ ଦିନ ବ୍ୟାପି ଏହା ପାଳନ କରାଯିବ । ବାଲିପୋଖରୀ ହାଟ କମିଟିର ସଭାପତି ବନମାଳୀ ନାୟକ, ଉପ-ସଭାପତି ବିନୋଦ ଦାସ, ସମ୍ପାଦକ ସୀତାକାନ୍ତ ଜେନା,ଗୌତମ ନାୟକ, ସମାଜସେବୀ ସୁଦର୍ଶନ ଜେନା, କୃଷ୍ଣ ଚନ୍ଦ୍ର ନାୟକ, ପ୍ରଶାନ୍ତ ରାଉଳ, ଗଜେନ୍ଦ୍ର ଜେନା, ବାବାଜୀ ସାହୁ, ବିଜୟ ପଣ୍ଡା, ପଦ୍ମନାଭ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଏହି ମେଳା ପାଇଁ ଏଠାକାର ବଜାର ଅଚଂଳକୁ ଆକର୍ଷଣୀୟ ତୋରଣ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି । ମିନା ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ପସରା ମାନ ଖୋଲା ଯାଇଥିବାରୁ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଶୁକ୍ରବାର ସନ୍ଧ୍ୟାରେ ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ,ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ, ସୁବାଷ ପଣ୍ଡା, ମଦନ କଟୁଆଳ,ଅଶୋକ ପରିଡା ପ୍ରମୁଖ ଠାକୁରଙ୍କ ଆଶିଷ ଲାଭ କରିଥିବା ବେଳେ ପୁରାତନ ମଣ୍ଡପର ପୁନଃ ନିର୍ମାଣ ନେଇ କମିଟିର କର୍ମକର୍ତା ମାନେ ଶ୍ରୀ ନାୟକଙ୍କ ସହ ଆଲୋଚନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande