ଚାରିଗାଁରେ ଦେଢଶହ ବର୍ଷର ଗିରିଗୋବର୍ଦ୍ଧନ ପୂଜା
ଭଦ୍ରକ, ୨୫ ଅକ୍ଟୋବର (ହି.ସ.) - ବନ୍ତ ବ୍ଲକ୍ ଚାରିଗାଁ ଗ୍ରାମରେ ବସବାସ କରୁଥିବା ଗୌଡୀୟ ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି । ଚଳିତ ବର୍ଷ ଏହି ପୂଜା ଦେଢଶହ ବର୍ଷରେ ପହଚିଂଛି । ଅମାବାସ୍ୟାର ପ୍ରତୀପଦ ତିଥି ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ସାତଦିନ ବ୍ୟ
CHARIGAON GIRI GOBARADHANA PUJA PHOTO (2)


ଭଦ୍ରକ, ୨୫ ଅକ୍ଟୋବର (ହି.ସ.) - ବନ୍ତ ବ୍ଲକ୍ ଚାରିଗାଁ ଗ୍ରାମରେ ବସବାସ କରୁଥିବା ଗୌଡୀୟ ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି । ଚଳିତ ବର୍ଷ ଏହି ପୂଜା ଦେଢଶହ ବର୍ଷରେ ପହଚିଂଛି । ଅମାବାସ୍ୟାର ପ୍ରତୀପଦ ତିଥି ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ସାତଦିନ ବ୍ୟାପି ପାଳନ କରାଯିବ । ଏଠାରେ ଥିବା ବେହେରା ପରିବାର ପକ୍ଷରୁ ଗିରିଗୋବର୍ଦ୍ଧନ ଠାକୁରଙ୍କ ମୁକ୍ତି କରାଯାଇ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇ ପ୍ରତିଭା ପୁରସ୍କାର ଦିଆଯାଉଛି । କୃପାସିନ୍ଧୁ ବେହେରା, ଅଜୟ କୁମାର, ଭବସିନ୍ଧୁ , ମାନସ ରଞ୍ଜନ,ଅଭିମନ୍ୟୁ, ଗଜେନ୍ଦ୍ର,ଜଗବନ୍ଧୁ, ଭାଗବତ ପାରମାଣିକ୍‌, ଗୋଲକ ପୃଷ୍ଟି, କମଳା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଏହି ପୂଜା ପାଇଁ ଚାରିଗାଁ ବେହେରା ସାହିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande