୨୭ ସକାଳେ ବାତ୍ୟାର ରୂପ ନେବ ଅବପାତ
ଭୁବନେଶ୍ୱର, ୨୫ ଅକ୍ଟୋବର (ହି.ସ)- ବଙ୍ଗୋପସାଗର ଉପରେ ଅବପାତ ବର୍ତମାନ ସକ୍ରିୟ ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତା ୨୭ ତାରିଖ ସକାଳ ସମୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍
୨୭ ସକାଳେ ବାତ୍ୟାର ରୂପ ନେବ ଅବପାତ


ଭୁବନେଶ୍ୱର, ୨୫ ଅକ୍ଟୋବର (ହି.ସ)- ବଙ୍ଗୋପସାଗର ଉପରେ ଅବପାତ ବର୍ତମାନ ସକ୍ରିୟ ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତା ୨୭ ତାରିଖ ସକାଳ ସମୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ବର୍ତମାନ ଗୋପାଳପୁର ଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୦୪୦ କିଲୋମିଟର ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ବାତ୍ୟାର ନାମକରଣ ହୋଇନାହିଁ। ସ୍ଥଳଭାଗ ଛୁଇଁବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ।

ସେ କହିଛନ୍ତି ଭୀଷଣ ବାତ୍ୟା ଭାବେ ଆନ୍ଧ୍ରପ୍ରଦେଶ ଉପକୂଳକୁ କଳିଙ୍ଗପାଟନାମ ଏବଂ ମଛଲିପଟନମ ମଧ୍ୟରେ କାକିନାଡ଼ା ପାଖାପାଖି ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଂଟା ପ୍ରତି ୯୦ ରୁ ୧୦୦ ସର୍ବାଧିକ ୧୧୦ କିମି ରହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ୨୭ ତାରିଖରୁ ବର୍ଷା ଆରମ୍ଭ ହେବ। ୨୮ ଓ ୨୯ ରେ ବର୍ଷା ସହ ପବନ ରହିବ। ଓଡ଼ିଶାରେ ପବନର ବେଗ ୬୦ ରୁ ୭୦ କିମି ପବନ ରହିବ। ଝଟକା ପବନ ଘଂଟା ପ୍ରତି ୮୦ କିମି ରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପବନର ପ୍ରଭାବ ସର୍ବାଧିକ ରହିବ । ୩୦ରେ ବି ହାଲୁକା ବର୍ଷା ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଅକ୍ଟୋବର୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଏହାସହ ରାଜ୍ୟର ସମସ୍ତ ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande