
ଭୁବନେଶ୍ୱର, ୨୫ ଅକ୍ଟୋବର (ହି.ସ)- ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଉତର ଆନ୍ଧ୍ର ଉପକୂଳକୁ ଷ୍ଟ୍ରାଇକ କରିବ ବୋଲି ଆକଳନ କରାଯାଉଛି। ଆସନ୍ତାକାଲି ସ୍ଥିତି ଦେଖି ଅଫିସରଙ୍କ ଛୁଟି ବାତିଲ ନିଷ୍ପତି ହେବ। ଆସନ୍ତାକାଲି ସ୍କୁଲ କଲେଜ ଛୁଟି ନିଷ୍ପତି ମଧ୍ୟ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଡି.କେ ସିଂ ସୂଚନା ଦେଇଛନ୍ତି। ସେସ କହିଛନ୍ତି ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଗୁଡ଼ିକ ସହ ବୈଠକ ଅଛି। ଲ୍ୟାଣ୍ଡ ସ୍ଲାଇଡ ଓ ଅର୍ବାନ ଫ୍ଲଡ ଉପରେ ସରକାରଙ୍କ ନଜର ରହିଛି। ଲୋକେ ସତର୍କ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା