
ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ଆଦ୍ୟାଶକ୍ତି ମା ଭଦ୍ରକାଳୀ ସପ୍ତ ମାତୃକା ବେଶ ର ପଂଚମ ଦିବସରେ ଜଗଦ୍ଧାତ୍ରୀ ରୂପେ ପୁଜା ପାଇଛନ୍ତି। ମାଙ୍କର ଏହି ଅପୂର୍ବ ରୂପ କୁ ଦର୍ଶନ କରି ଆଶିଷ ପ୍ରାପ୍ତ ହେବା ନିମନ୍ତେ ପୀଠ ରେ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭିଡ଼ ଲାଗିରହିଥିଲା। ଜଗଦ୍ଧାତ୍ରୀ ବେଶ ରେ ମା ଙ୍କ ମୁଖ ମଣ୍ଡଳ କମଳା ବର୍ଣ୍ଣ ଥିବା ବେଳେ ମା ନାଲି ପାଟ ଲୁଗା ପରିଧାନ କରିଥଲେ। ବାମ ହସ୍ତ ଯୁଗଳ ରେ ଗଦା ଓ ତ୍ରିଶୂଳ ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତ ଯୁଗଳ ରେ ଶଙ୍ଖ ଚକ୍ର ଧାରଣ କରିଥଲେ। ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ରେ ମଣ୍ଡିତ ହୋଇ ବିଭିନ୍ନ ଆଭୂଷଣରେ ସଜ୍ଜିତ ପୂର୍ବକ ଚତୁର୍ଦ୍ଧା ମୂର୍ତି ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ ଆଜି ବ୍ୟାଘ୍ର ବାହନ ରେ ବିରାଜ ମାନ କରିଥିଲେ। ମା ଜଗତ କୁ ଧାରଣ କରିଥିବାରୁ ସେ ଜଗଦ୍ଧାତ୍ରୀ ସେ ପାଳନ କରୁଛନ୍ତି ତ ପୁଣି ସମଗ୍ର ସଂସାର କୁ ପୋଷଣ କରୁଛନ୍ତି। ସେ ଆଦି ପୁଣି ଅନାଦି ସେ ହିଁ ଆରମ୍ଭ ପୁଣି ସେ ଅନନ୍ତ। ସୃଷ୍ଟି ର ଜୀବ ଜଗତ, ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ସବୁଠି ତାଙ୍କର ଶକ୍ତି ଓ ସତା ଅନୁଭୂତ ହୁଏ।ମା ଙ୍କ ବିନା ନିର୍ଦ୍ଦେଶ ରେ ଗଛ ରୁ ପତ୍ର ଟି ଏ ମଧ୍ୟ ହଲି ନ ଥାଏ। ଶାସ୍ତ୍ର ମତ ଅନୁସାରେ ଦେବତା ମାନେ ମଧ୍ୟ ମା ଙ୍କୁ ଜଗଦ୍ଧାତ୍ରୀ ରୂପେ ପୁଜା କରି ଶକ୍ତି ପ୍ରାପ୍ତ ହୋଇ ଥାଆନ୍ତି। ମହା ଯଜ୍ଞ ର ପଂଚମ ଦିବସରେ ପିଠ ରେ ଗୀତ ପାଠ, ଚଣ୍ଡୀ ପାଠ, ବେଦ ପାଠ ଏବଂ ଆଚାର୍ଯ୍ୟ ମନଙ୍କର ମନ୍ତ୍ର ଓ ସ୍ତୁତି ରେ ପିଠ ପ୍ରକମ୍ପିତ ହେଉଛି। ସନ୍ଧ୍ୟା ଆଳତୀ ପରେ ଆରମ୍ଭ ହୋଇ ଥିଲା ସାଂସ୍କୃତିକ କାର୍ଯ୍ୟ କ୍ରମ। ଭଜନ ସନ୍ଧ୍ୟା ରେ ଗାୟକ ସୌରଭ ନାୟକ ଦର୍ଶକ ମାନଙ୍କୁ ଆକର୍ଷିତ କରିବା ସହିତ ପରିବେଶ କୁ ଆହୁରି ଆଧ୍ୟାତ୍ମିକତା ଭରି ଦେଇଥିଲେ। ଶନି ବାର ମା ଙ୍କ ର ମହସରସ୍ୱତି ବେଶ ଏବଂ ରବିବାର ମା ଙ୍କ ର ମହାଲକ୍ଷ୍ମୀ ବେଶ ସହିତ ବିଶ୍ୱ ଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି ହେବ। ମା ଙ୍କ ର ଏହି ବେଶ ଏବଂ ପୂର୍ଣ୍ଣାହୂତି କାର୍ଯ୍ୟ କ୍ରମ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ପୂର୍ଣ୍ଣାହୂତି ଦିବସ ରେ ମାଙ୍କ ପହୁଡ଼ ଭୋଗ ସହ ଅନ୍ନ ପ୍ରସାଦ ହଜାର ହଜାର ଭକ୍ତ ଙ୍କୁ ବଂଟନ କରାଯାଇଥାଏ। ଚଳିତ ବର୍ଷ ପୁର୍ଣ୍ଣ। ହୂତି ନିମନ୍ତେ ଭକ୍ତ ମାନଙ୍କର ଭିଡ କୁ ଲକ୍ଷ କରି ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ପୋଲିସ ମୃତୟନ ବ୍ୟବସ୍ଥା କରାଯାଇ ଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ