
ନୂଆଦିଲ୍ଲୀ, 25 ଅକ୍ଟୋବର (ହି.ସ.)
ଡ.ଆର ବାଲାଶଙ୍କର
ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାୟ ପ୍ରତ୍ୟେକ ଭାଷାରେ
ପ୍ରକାଶନ ରହିଛି ଏବଂ କୁହାଯାଏ ଯେ ସଂଘର ପ୍ରକାଶନଗୁଡ଼ିକର ମିଳିତ ପ୍ରସାର ପ୍ରାୟ 20 ଲକ୍ଷ ଅଟେ। ଏହାର ଅଧିକାଂଶ ପ୍ରକାଶନ ସ୍ୱାଧୀନ ଭାବେ ଚାଲିଥାଏ। ଏହା ଆଶ୍ଚର୍ଯ୍ୟଜନକ ଯେ
ଯେଉଁ ସଂଗଠନ ତାହାର ଅସ୍ତିତ୍ୱର ପ୍ରାୟ ପ୍ରଥମ ପଚିଶ ବର୍ଷ ପର୍ଯ୍ୟନ୍ତ ପ୍ରଚାରରୁ ଦୂରରେ ରହିଥିଲା,
ସେଇ ସଂଘ ଆଜି ଭାରତୀୟ ଜାତୀୟ ଆଖ୍ୟାନର
କେନ୍ଦ୍ରବିନ୍ଦୁରେ ପହଞ୍ଚିଛି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପକ ଡା. କେଶବ ବଳିରାମ ହେଡଗେୱାର ସବୁବେଳେ କହୁଥିଲେ ଯେ ସଂଘର କାର୍ଯ୍ୟ ନିଜେ କଥା କହିବ ଏବଂ ସେ ପ୍ରଚାର
ପଛରେ ଦୌଡିବନାହିଁ। 1925 ମସିହାର ବିଜୟାଦଶମୀ
ଦିନ ସ୍ଥାପନା ପରେ ପ୍ରାୟ 25 ବର୍ଷ ପର୍ଯ୍ୟନ୍ତ ସଂଘର କୌଣସି ପ୍ରକାଶନ ଥିଲା ନାହିଁ। ସେ କେବେ
ପ୍ରଚାରର ଇଚ୍ଛା କରିନଥିଲେ ଏବଂ ତାହାର ଅଧିକାଂଶ ପ୍ରଚାରକ ଆଜି ମଧ୍ୟ ସାଧାରଣ ଜୀବନ ବ୍ୟତୀତ
କରୁଛନ୍ତି।
ଆରମ୍ଭରେ ସଂଘ ମୌଖିକ ପ୍ରଚାର
ଉପରେ ନିର୍ଭର କରୁଥିଲା। ମୂଳତଃ ଏହା ଗୋଟିଏ ସଂଗଠନ ଓ ନେଟୱର୍କ ଥିଲା, ଯାହା ବିଚାରଧାରାର ପ୍ରସାର ଏବଂ ସଂଗଠନାତ୍ମକ କାର୍ଯ୍ୟପ୍ରଣାଳୀର ପ୍ରସାର କରୁଥିଲା। ଯେପରି
ଏହା ଜାତୀୟ ପଟଳରେ ଗୋଟିଏ ବିଚାରଧାରାମୂଳକ ଶକ୍ତି ଭାବେ ଉଭା ହେଲା,
ତାହାର କାର୍ଯ୍ୟକ୍ରମ,
ନୀତି ଓ ଦୃଷ୍ଟିକୋଣର ସ୍ପଷ୍ଟ ପ୍ରକାଶର ଆବଶ୍ୟକତା ସ୍ପଷ୍ଟ
ହେଲା।
ଭାରତ ବିଭାଜନ ପରେ ମହାତ୍ମା
ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ସମୟରେ ସଂଘ ସମ୍ବନ୍ଧୀୟ ମିଥ୍ୟା ପ୍ରଚାର କରାଯାଇଥିବା ମିଛ
ସଂଘକୁ ତାହାର ଅସ୍ତିତ୍ୱମୂଳକ ମୂଲ୍ୟଗୁଡିକୁ
ପୁନଃ ସ୍ପଷ୍ଟ ଭାବରେ ପରିଭାଷିତ କରିବାକୁ ବାଧ୍ୟ କରିଥିଲା।
ଶାଖା ନେଟୱାର୍କର ବିସ୍ତାର
ଏହାର ରାଷ୍ଟ୍ରବ୍ୟାପୀ ପ୍ରଭାବ ଓ ଜାତୀୟ ବିଷୟଗୁଡ଼ିକ ପ୍ରତି ଏହାର ଦୃଷ୍ଟିକୋଣକୁ ବ୍ୟାଖ୍ୟା
କରିବାର ଆବଶ୍ୟକତା ସହ ମେଳ ଖାଇଥିଲା। ଏହା ନିଜସ୍ୱ ପ୍ରକାଶନଗୁଡ଼ିକର ଆବଶ୍ୟକତା ସୃଷ୍ଟି କଲା, ବିଶେଷକରି ସେତେବେଳେ ଯେତେବେଳେ ମୁଖ୍ୟ ଧାରାର ମିଡିଆ ସଂଘର କାର୍ଯ୍ୟପ୍ରତି କୌଣସି
ସହାନୁଭୂତି ଦେଖାଉନଥିଲା।
ସଂଘ ରାଜନୀତି,
ଶ୍ରମ ଓ ଛାତ୍ର କ୍ଷେତ୍ର ସହିତ ଅନେକ ନୂଆ କ୍ଷେତ୍ରରେ
ପ୍ରବେଶ କଲା। ଏହାର ଶାଖାଗୁଡ଼ିକ ବିଶ୍ୱସ୍ତରୀୟ ମାପରେ ପହଞ୍ଚିଲା ଏବଂ ପ୍ରବାସୀ ଭାରତୀୟମାନେ ହିନ୍ଦୁତ୍ୱ ଦର୍ଶନ ପ୍ରତି ଦ୍ରୁତ ଆକର୍ଷିତ ହେଲେ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ,
ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡ଼ଭାଣୀଙ୍କ
ଭଳି ନେତାମାନେ ନିଜର ସାର୍ବଜନିକ ଜୀବନର ଆରମ୍ଭ ସଂଘର ପ୍ରକାଶନଗୁଡ଼ିକର ସମ୍ପାଦକ ଭାବେ
କରିଥିଲେ। ଶ୍ରୀ ଗୁରୁଜୀ ଗୋଲୱାଲକର ଜଣେ ଦକ୍ଷ ଲେଖକ ଓ ବକ୍ତା ଥିଲେ।
ସଂଘ ଅନେକ ପ୍ରଖ୍ୟାତ
ସାମ୍ବାଦିକ ଏବଂ ଲେଖକଙ୍କୁ ଜନ୍ମ ଦେଲା — ଯେପରିକି ପି. ପରମେଶ୍ୱରନ,
କେ.ଆର. ମଲକାନି, ଭି.ପି. ଭାଟିଆ, ଆର. ହରି,
ଏଚ.ଭି. ଶେଷାଦ୍ରି, ଜୟ ଦୁବାଶୀ, ଏସ. ଗୁରୁମୂର୍ତ୍ତି,
ରାମ ମାଧବ, ଭାନୁପ୍ରତାପ ଶୁକ୍ଲ, ଦୀନନାଥ ମିଶ୍ର,
ସୁନିଲ ଆମ୍ବେକର ଓ ଜେ. ନନ୍ଦକୁମାର। ଆରମ୍ଭରେ ସଂଘର
ପ୍ରକାଶନଗୁଡ଼ିକ ସ୍ୱୟଂସେବକମାନଙ୍କ
ପାଇଁ ଗୋଟିଏ ପ୍ରକ୍ଷେପଣ ସ୍ଥଳ ଭାବେ ପାଲଟିଥିଲା।
ସଂଘର ପୂର୍ବତନ ସହ ପ୍ରଚାର
ପ୍ରମୁଖ ଜେ. ନନ୍ଦକୁମାର, ଯିଏ ବର୍ତ୍ତମାନ ସଂଘର ଥିଙ୍କ ଟ୍ୟାଙ୍କପ୍ରଜ୍ଞା ପ୍ରବାହର ଦାୟିତ୍ୱ ସମ୍ଭାଳୁଛନ୍ତି , ତାଙ୍କ ଅନୁସାରେ
ସଂଘର 15ଟି ମାସିକ ଓ
ସାପ୍ତାହିକ ପତ୍ରିକା, 39ଟିଜାଗରଣପତ୍ରିକା, 4ଟି ଦୈନିକ ସମ୍ବାଦପତ୍ର ଏବଂ 18ଟି ପ୍ରକାଶନ ଅଛି। ସଂଘ ଗୋଟିଏ ଟିଭି ସମ୍ବାଦ ଚ୍ୟାନେଲଜନମମଧ୍ୟ ଚଲାଉଛି।
ନନ୍ଦକୁମାର କହିଛନ୍ତି ଯେ
ସଂଘ, ଯାହା ସାମାଜିକ
ପରିବର୍ତ୍ତନ ପାଇଁ ନିଷ୍କାମ ସେବା ଉପରେ ଜୋର ଦେଇଥାଏ, ପାରମ୍ପରିକ ଭାବେ ପ୍ରଚାରରୁ ଦୂରରେ ରହିଛି। କିନ୍ତୁ, ଯେତେବେଳେ କିଛି
ସ୍ୱାର୍ଥଗତ ଶକ୍ତି ସଂଘ ଓ ତାହାର ଆଦର୍ଶଗୁଡ଼ିକ ବିରୋଧରେ ନକାରାତ୍ମକ ଓ ବିକୃତ ଆଖ୍ୟାନ ପ୍ରଚାର
କରିବାକୁ ଆରମ୍ଭ କଲା, ସେତେବେଳେ ଏହା ସେହି ପ୍ରଚାରକୁ ପ୍ରତିହତ କରିବା ପାଇଁ ନିଜର ପ୍ରଚାର ବିଭାଗ ସ୍ଥାପନ କଲା।
ସେହିପରି ସଂଘ ପାଇଁ ଜାତିର
ସର୍ବୋଚ୍ଚ ହିତରେ ଗୋଟିଏ ସକାରାତ୍ମକ, ରାଷ୍ଟ୍ରବାଦୀ ଦୃଷ୍ଟିକୋଣକୁ ରଖିବା ଏବଂ ପ୍ରସ୍ତୁତ କରିବା ଆବଶ୍ୟକ
ହେଲା। ଏହା ପ୍ରଚାର ପ୍ରତି ତାହାର ମୂଳ ଦୃଷ୍ଟିଭଙ୍ଗୀରୁ କୌଣସି ବିଚଳନକୁ ସୂଚିତ କରେ ନାହିଁ।
ଗତ କିଛି ଦଶନ୍ଧି ଧରି ସଂଘ
ଭାରତୀୟ ଜନସାଧାରଣର ଚିନ୍ତନ ଓ ଚର୍ଚ୍ଚା ଉପରେ ଦୃଢ଼ ପ୍ରଭାବ ପକାଇଛି ଏବଂ ଏହା ଭାରତର ଚିନ୍ତନ
ପ୍ରଣାଳୀକୁ ପ୍ରାୟ ପରିବର୍ତ୍ତନ କରିଦେଇଛି। ଆଜି ଏହାର ଦେଶର ସବୁଠୁ ବଡ଼ ପ୍ରକାଶନ ନେଟୱାର୍କ
ଅଛି, ଯେଉଁଥିରେ ଦୈନିକ
ସମ୍ବାଦପତ୍ର, ଟିଭି ଚ୍ୟାନେଲ,
ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକାଗୁଡ଼ିକ ଅନ୍ତର୍ଭୁକ୍ତ। ଏହାର ସଂଗଠନଗୁଡ଼ିକ ସୋସିଆଲ ମିଡିଆର
କ୍ଷେତ୍ରରେ ପୂର୍ବପେକ୍ଷା ଅଧିକ ସକ୍ରିୟ ଅଛନ୍ତି। ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ
ସଂଘର ପ୍ରଚାର ଶାଖା ପ୍ରବେଶ କରିନାହିଁ।
ସଂଘର ସିଧାସଳଖ କୌଣସି
ପ୍ରକାଶନ ନାହିଁ। ଯେପରି ସରସଂଘଚାଳକ ମୋହନ ଭାଗବତ ପ୍ରାୟ କହନ୍ତି —
“ସଂଘ କିଛି କରିବ ନାହିଁ,
କିନ୍ତୁ ସ୍ୱୟଂସେବକ ପ୍ରତ୍ୟେକ କ୍ଷେତ୍ରରେ ପ୍ରବେଶ
କରିବେ।”
ସଂଘର ପ୍ରକାଶନଗୁଡ଼ିକ ପ୍ରାୟତଃ
ସାର୍ଥକ ଜାତୀୟ ବିତର୍କକୁ ଜନ୍ମ ଦେଇଛି — ଯେପରି ଗୋହତ୍ୟା, ଗଙ୍ଗା ଶୁଦ୍ଧିକରଣ,
ସ୍ୱଦେଶୀ ଆନ୍ଦୋଳନ, ରାମ ଜନ୍ମଭୂମି
ଆନ୍ଦୋଳନ, ଅନୁଚ୍ଛେଦ 370 ର
ଅପସାରଣ, ସମାନ ନାଗରିକ
ସଂହିତା, ନିର୍ବାଚନ ସୁଧାର ଓ
ୱାକଫ ବୋର୍ଡ ନାମରେ
ହେଉଥିବା ଅନ୍ୟାୟ ଇତ୍ୟାଦି। ସ୍ୱାଧୀନତା ପରେ,
1940 ଦଶକର ଶେଷଭାଗରେ ସଂଘ ଲକ୍ଷ୍ନୌରୁ ହିନ୍ଦୀରେ
ପାଞ୍ଚଜନ୍ୟ ଓ ଦିଲ୍ଲୀରୁ ଇଂରାଜୀରେ ଅର୍ଗାନାଇଜର ନାମକ ପ୍ରକାଶନ ଆରମ୍ଭ କଲା। ଏହା ପରେ 1950
ଦଶକର ଆରମ୍ଭରେ ବିଭିନ୍ନ ଆଞ୍ଚଳିକ ପ୍ରକାଶନ ସଂଘର ବ୍ୟାନର ତଳେ ଆସିଲେ। ଆଜି ସଂଘର ପ୍ରକାଶନ
ଭାରତର ପ୍ରାୟ ପ୍ରତ୍ୟେକ ଭାଷାରେ ଅଛି ଏବଂ କୁହାଯାଏ ଯେ ସେଗୁଡ଼ିକର ମିଳିତ ପ୍ରସାର ପ୍ରାୟ 20
ଲକ୍ଷ ପର୍ଯ୍ୟନ୍ତ ଅଟେ।
ଏହି ସମୟରେ ଯେତେବେଳେ
ମୁଦ୍ରିତ ପ୍ରକାଶନଗୁଡ଼ିକ ନିଜର ପାଠକ ସଂଖ୍ୟା ହରାଉଛନ୍ତି, ସଂଘର ପ୍ରକାଶନଗୁଡ଼ିକ ନିଜର ପ୍ରସାର ଓ ପହଞ୍ଚକୁ ରକ୍ଷା କରିବାରେ ସଫଳ ହୋଇଛି। ମାଲୟାଳମ
ଭାଷାର କେଶରୀ ସାପ୍ତାହିକ ଭଳି ଅନେକ ପ୍ରକାଶନ ବିଜ୍ଞାପନ ଉପରେ ନିର୍ଭର କରିବା ପରିବର୍ତ୍ତେ
ସଦସ୍ୟତା ଶୁଳ୍କ ଦ୍ୱାରା ଅଧିକ
ଚାଲିଥାଏ। ଏହାର ପ୍ରସାର ବର୍ତ୍ତମାନ ଏକ ଲକ୍ଷରୁ ଅଧିକ ଅଟେ। ସମୟ ସହିତ, ଏହି
ପ୍ରକାଶନଗୁଡ଼ିକ ନିଜର ଶୈଳୀ, ଆବରଣ ଓ ପ୍ରକାଶନ ଗୁଣଗତାରେ ପରିବର୍ତ୍ତନ କରିଛି। ପ୍ରାୟ ସମସ୍ତ ପ୍ରକାଶନର ଅନଲାଇନ
ସଂସ୍କରଣ ଉପଲବ୍ଧ ଅଛି ଏବଂ ସେମାନେ ସମଗ୍ର ବିଶ୍ୱରେ ଥିବା ଲକ୍ଷାଧିକ ସ୍ୱୟଂସେବକଙ୍କ
ପର୍ଯ୍ୟନ୍ତ ପହଞ୍ଚୁଛନ୍ତି।
ଯେତେବେଳେ ସଂଘ ଉପରେ
ପ୍ରତିବନ୍ଧ ଲାଗିଥିଲା, ସେତେବେଳେ ସଂଘର
ପ୍ରକାଶନଗୁଡ଼ିକୁ ତିନିଥର ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ପ୍ରତିବନ୍ଧକ
ହଟିଗଲାପରେ, ସେମାନଙ୍କୁ ନିଜର
ପାଠକ ବର୍ଗକୁ ପୁଣି ପ୍ରାପ୍ତ କରିବାରେ କୌଣସି କଠିନତାର ସମ୍ମୁଖୀନ ହେବାକୁ ପଡିନି ।
ସଂଘର ଅଧିକାଂଶ ପ୍ରକାଶନ
ନିଜସ୍ୱ କିମ୍ବା
ସାର୍ବଜନିକ ଲିମିଟେଡ୍ କମ୍ପାନୀଙ୍କ ନାମରେ ଚାଲୁଛି ଏବଂ ସେଗୁଡ଼ିକ ସମସ୍ତେ ସ୍ୱାଧୀନ ଅଟନ୍ତି, କିନ୍ତୁ ଲାଭ
ଉଦ୍ଦେଶ୍ୟରେ ଚାଲୁନାହାନ୍ତି। ନିଶ୍ଚୟ, ସେମାନଙ୍କୁ ବିଜେପି ଶାସିତ ରାଜ୍ୟଗୁଡ଼ିକରୁ ବିଜ୍ଞାପନ ମାଧ୍ୟମରେ ସହାୟତା ମିଳେ,
କିନ୍ତୁ ଯେତେବେଳେ କଂଗ୍ରେସ କିମ୍ବା ଅନ୍ୟ ଅଣବିଜେପି
ଦଳ ଶାସନରେ ଥାନ୍ତି, ସେହି ସହାୟତା
ଅତ୍ୟନ୍ତ କମ ହୋଇଯାଏ।
ଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର
ପ୍ରକାଶନ ଏବଂ ସଂଘ ସମର୍ଥକ ସାମ୍ବାଦିକମାନଙ୍କୁ ବି ନିଷେଧ ଓ ବହିଷ୍କାରର ସମ୍ମୁଖୀନ ହେବାକୁ
ପଡ଼ିଛି। କୌଣସି ପରିଚିତ ସଂଘ କର୍ମୀ ପାଇଁ ସାମ୍ବାଦିକତା କ୍ଷେତ୍ରରେ ଭଲ ଚାକିରି ପାଇବା
ଅତ୍ୟନ୍ତ କଠିନ ଥିଲା। କେନ୍ଦ୍ର ଓ ଅଧିକାଂଶ ରାଜ୍ୟରେ ଭାଜପା ଶାସନ ଥିବା ସତ୍ତ୍ୱେ ମଧ୍ୟ,
ଏହି ପ୍ରକାରର ଭେଦଭାବ ଆଜିମଧ୍ୟ ରହିଛି।
ଜାତୀୟ ପରିଦୃଶ୍ୟରେ
ବାମପନ୍ଥୀ ଏବଂ କଂଗ୍ରେସ ସମର୍ଥିତ ପତ୍ରିକାମାନଙ୍କ ପ୍ରଭୁତ୍ୱ ସହ ସଂଘର ପ୍ରକାଶନଗୁଡ଼ିକର ତୁଳନା କରିବା
ଆଗ୍ରହଜନକ। ସ୍ୱାଧୀନତା ପରେ ଅନେକ
ଦଶକ ପର୍ଯ୍ୟନ୍ତ ବାମପନ୍ଥୀ ଓ କଂଗ୍ରେସୀ ପ୍ରକାଶନମାନଙ୍କରେ ମିଡିଆର ଦବଦବା ଥିଲା।
କମ୍ୟୁନିଷ୍ଟମାନଙ୍କ ପାଖରେ ପାଟ୍ରିଅଟ୍,
ଲିଙ୍କ, ଗଣଶକ୍ତି ପତ୍ରିକା, ଦେଶାଭିମାନି,
ଜନୟୁଗମ୍, ନ୍ୟୁ ଏଜ୍ ଓ ପିପୁଲ୍ସ ଡେମୋକ୍ରେସି ଭଳି ଅନେକ ପ୍ରକାଶନ ଥିଲା। ଏହି ପ୍ରକାଶନଗୁଡ଼ିକୁ
ସୋଭିଏତ ସଂଘ ଓ ଭାରତ ସରକାର ଉଭୟ ଠାରୁ ଅପାର ସମର୍ଥନ ଓ ଧନ ମିଳୁଥିଲା।
କଂଗ୍ରେସ ସରକାରମାନେ ନିଜ ଓ
ବାମପନ୍ଥୀ — ଉଭୟ ପ୍ରକାଶନକୁ
ବିଶାଳ ପରିମାଣରେ ସହାୟତା ଓ ସୁରକ୍ଷା ଦେଇଥିଲେ। କଂଗ୍ରେସ ପାଖରେ ମଧ୍ୟ ନ୍ୟାଶନାଲ ହେରାଲ୍ଡ,
ବୀକ୍ଷଣମ୍, ଜୟ ହିନ୍ଦ ଟିଭି, ନବଜୀବନ ଏବଂ କୌମୀ
ଆୱାଜ୍ ଭଳି ପ୍ରକାଶନ
ଥିଲେ। ଏହି ପ୍ରକାଶନଗୁଡ଼ିକରେ କୋଟି କୋଟି ଟଙ୍କା ଖର୍ଚ୍ଚ
ହେବା ସତ୍ତ୍ୱେ ମଧ୍ୟ, ଆଜି ସେମାନଙ୍କ
ମଧ୍ୟରୁ ଅଧିକାଂଶ ବନ୍ଦ ହେବା ଅବସ୍ଥାରେ ଅଛନ୍ତି କିମ୍ବା ଗାଏବ ହୋଇଯାଇଛନ୍ତି।
ଏହାର ବିପରୀତ,
ସଂଘର ପ୍ରକାଶନଗୁଡ଼ିକ ଏବେ ସଫଳତାର ସହିତ ଚାଲିଛି।
ମୁଖ୍ୟତଃ ଏହି କାରଣରେ ଯେ ସେମାନେ କୌଣସି ସରକାରୀ ସହାୟତା କିମ୍ବା ରାଜନୀତିକ ସୁରକ୍ଷା ଉପରେ
ନିର୍ଭର କରୁନାହାନ୍ତି। ସଂଘର ପ୍ରକାଶନଗୁଡ଼ିକୁ ଚଲାଇବା ପାଇଁ ଧନ ମୁଖ୍ୟତଃ ସେଥିରେ ନିୟୁକ୍ତ
କର୍ମୀ ଏବଂ ସ୍ୱୟଂସେବକମାନଙ୍କର
ଅବଦାନରୁ ଆସେ।
ଜରୁରୀକାଳ (1975) ପୂର୍ବରୁ,
ଭାରତ ପ୍ରକାଶନ, ଯାହା ବର୍ତ୍ତମାନ ଅର୍ଗାନାଇଜର ଏବଂ ପାଞ୍ଚଜନ୍ୟ ଚଲାଉଛି,
ରାଜଧାନୀ ଦିଲ୍ଲୀରୁ ଦ ମଦରଲ୍ୟାଣ୍ଡ ନାମକ ଗୋଟିଏ ସଫଳ
ଇଂରାଜୀ ଦୈନିକ ପ୍ରକାଶନ ଆରମ୍ଭ କରିଥିଲା। ସେ ସମୟରେ ଦ ମଦରଲ୍ୟାଣ୍ଡ ଓ ଅର୍ଗାନାଇଜରରେ
ପ୍ରକାଶିତ ଲେଖାଗୁଡ଼ିକୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଉପରେ ଜରୁରୀକାଳ ଓ ପ୍ରେସ ସେନସରସିପ
ଲଗାଇବାକୁ ଉସକାଇଥିବାର ଅଭିଯୋଗ ହୋଇଥିଲା।
ଜରୁରୀକାଳ ଦରମିଆନ ଦ
ମଦରଲ୍ୟାଣ୍ଡର କାର୍ଯ୍ୟାଳୟରେ ଛାପାମାରି ହୋଇଥିଲା, ତାହାର ପ୍ରିଣ୍ଟିଂ ପ୍ରେସ ଏବଂ ଯନ୍ତ୍ରପାତି ଜବତ କରାଯାଇଥିଲା ଏବଂ ଏହାର ସମ୍ପାଦକ କେ.ଆର.
ମଲକାନିଙ୍କୁ ତାଙ୍କ ସମ୍ପାଦକୀୟ ଦଳ ସହିତ ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ ସେକ୍ୟୁରିଟି ଆକ୍ଟ
(ମିସା) ଅଧିନରେ ଗିରଫ କରାଯାଇଥିଲା।
ତଥାପି,
ଜରୁରୀକାଳ ସମୟରେ ପ୍ରତିରୋଧ ଆନ୍ଦୋଳନରେ ସଂଘ ଗୁପ୍ତ
ସାହିତ୍ୟ ପ୍ରସ୍ତୁତି ଓ ବିତରଣରେ ଅଗ୍ରଣୀ ଭୂମିକା ନେଇଥିଲା। ଜରୁରୀକାଳ ହଟିଯିବା ପରେ
ଅର୍ଥନୈତିକ ସମସ୍ୟା କାରଣରୁ ଦ ମଦରଲ୍ୟାଣ୍ଡକୁ ପୁନରୁଜ୍ଜୀବିତ କରାଯାଇପାରିଲା ନାହିଁ।
ଯଦିଓ ଅର୍ଗାନାଇଜର ଓ
ପାଞ୍ଚଜନ୍ୟ ପୁନଃ ପ୍ରକାଶିତ ହେଲେ, ସେମାନଙ୍କର ପ୍ରଭାବ ଏତେ ବିସ୍ତୃତ ଥିଲା ଯେ 1970 ଦଶକର ଜୟପ୍ରକାଶ ନାରାୟଣ ଆନ୍ଦୋଳନ
ମୂଳତଃ ସେମାନଙ୍କ ପ୍ରଚାରର ଫଳ ଥିଲା। କିଛି ଲୋକ ତ 1970 ଦଶକର ଶେଷରେ ଜନତା ପାର୍ଟି ମଧ୍ୟରେ
ହୋଇଥିବା ବିଭାଜନ ପାଇଁ ମଧ୍ୟ ଅର୍ଗାନାଇଜରରେ ପ୍ରକାଶିତ ଲେଖାକୁ ଦାୟୀ କରିଥିଲେ।
ଯେପର୍ଯ୍ୟନ୍ତ ମାଲିକାନାର
ପ୍ରଶ୍ନ ଅଟେ, ସଂଘ ନିଜ
ପ୍ରକାଶନଗୁଡ଼ିକର ସମ୍ପାଦକୀୟ ନୀତିରେ ସିଧାସଳଖ ହସ୍ତକ୍ଷେପ କରେନାହିଁ। ସମ୍ପାଦକମାନଙ୍କୁ
ପୂର୍ଣ୍ଣ ସ୍ୱାଧୀନତା ଦିଆଯାଏ
ଏବଂ ଅର୍ଗାନାଇଜରର ସମ୍ପାଦକ ଭାବେ 13 ବର୍ଷ ପର୍ଯ୍ୟନ୍ତ
କାମ କରିବା ପରେ ମୁଁ ନିଶ୍ଚିତ ଭାବେ କହିପାରେ ଯେ ସମ୍ପାଦକୀୟ ନୀତି ସମ୍ବନ୍ଧୀୟ କୌଣସି ବିଷୟରେ
ମୁଁ କେବେ କୌଣସି ପ୍ରକାରର ଚାପ ଅନୁଭବ କରିନଥିଲି।
ସଂଘ ସାଧାରଣତଃ ଜାତୀୟ
ବିଷୟଗୁଡ଼ିକରେ ପ୍ରତିକ୍ରିୟା ଦେବା ଓ ସେଗୁଡ଼ିକର ବ୍ୟାଖ୍ୟା କରିବାର ଦାୟିତ୍ୱ ନିଜର ପ୍ରଶିକ୍ଷିତ ସ୍ୱୟଂସେବକମାନଙ୍କ
ଉପରେ ଛାଡ଼ି ଦେଇଥାଏ, ଯେଉଁମାନେ ସମ୍ପାଦକ
ଭାବେ ନିଯୁକ୍ତ ହୋଇଥାନ୍ତି।
(ଲେଖକ ଭାରତୀୟ ଜନତା
ପାର୍ଟିର ଅଖିଳ ଭାରତୀୟ ପ୍ରଶିକ୍ଷଣ ଏବଂ ପ୍ରକାଶନ ବିଭାଗର ସଦସ୍ୟ ଓ ଅର୍ଗାନାଇଜରର ପୂର୍ବତନ
ସମ୍ପାଦକ ଅଟନ୍ତି।)
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା