ମେଂଟର ଦୁଇ ବିଶେଷତା ହେଉଛି ଦୁର୍ନୀତି ଓ ପରିବାରବାଦ- ଅମିତ ଶାହ
ପାଟଣା, 25 ଅକ୍ଟୋବର (ହି.ସ.)- ବିହାରରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜନୈତିକ ପରିସ୍ଥିତି ସରଗରମ ରହିଛି। ନିର୍ବାଚନୀ ସଭା ଓ ଜନସଭା ଜୋରଦାର ଭାବେ ଚାଲିଛି। ଏହି ପରିପ୍ରେକ୍ଷିରେ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଖଗଡିଆ
ମେଂଟର ଦୁଇ ବିଶେଷତା ହେଉଛି     ଦୁର୍ନୀତି ଓ ପରିବାରବାଦ- ଅମିତ ଶାହ


ପାଟଣା, 25 ଅକ୍ଟୋବର (ହି.ସ.)- ବିହାରରେ ଆସନ୍ତା

ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜନୈତିକ ପରିସ୍ଥିତି ସରଗରମ ରହିଛି।

ନିର୍ବାଚନୀ ସଭା ଓ ଜନସଭା ଜୋରଦାର ଭାବେ ଚାଲିଛି। ଏହି ପରିପ୍ରେକ୍ଷିରେ,

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଖଗଡିଆରେ

ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି, ମେଂଟ ଓ ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ କଡା ଆକ୍ରମଣ କରିଛନ୍ତି।

ଖଗଡିଆ ଜିଲ୍ଲାର ଅଲୌଳୀ

ବିଧାନସଭା କ୍ଷେତ୍ରରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନର ପ୍ରାର୍ଥୀମାନଙ୍କ ପକ୍ଷରେ ଆୟୋଜିତ

ନିର୍ବାଚନୀ ସଭାକୁ ସମ୍ବୋଧନ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,

ମହାମେଂଟର ଦୁଇଟି ବିଶେଷତା ରହିଛି —

ଦୁର୍ନୀତି ଓ ପରିବାରବାଦ। ସେ କହିଛନ୍ତି,

“ଆମର ସରକାର ବିହାରକୁ ନକ୍ସଲବାଦରୁ ମୁକ୍ତ କରିଛନ୍ତି।”

ଜନସଭାରେ ଉପସ୍ଥିତ

ଲୋକମାନଙ୍କୁ ଅମିତ ଶାହ ପଚାରିଛନ୍ତି, “ଆଉଥରେ ଜଙ୍ଗଲରାଜ ବିହାରକୁ ଆଣିବାକୁ ଚାହୁଁଛନ୍ତି କି ବିକାଶ ଆଣିବାକୁ ଚାହୁଁଛନ୍ତି?”

ଲୋକମାନଙ୍କ ପ୍ରତିକ୍ରିୟା ପରେ ସେ କହିଲେ,

“କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିଶ

କୁମାର ହିଁ ବିହାରକୁ ବିକାଶର ପଥରେ ଆଣିପାରିବେ। ମହାମେଂଟ କିମ୍ବା ଲାଠବନ୍ଧନ,

ଯେଉଁମାନଙ୍କର ଦୁର୍ନୀତିର ଇତିହାସ ଅଛି,

ସେମାନେ ବିହାରର ବିକାଶ କରିପାରିବେ କି?

କେବଳ ନରେନ୍ଦ୍ର ମୋଦି ଓ ନୀତିଶ ବାବୁ,

ଯାହାଙ୍କ ଉପରେ ଏକ ପଇସାର ମଧ୍ୟ ଦୁର୍ନୀତିର ଅଭିଯୋଗ

ନାହିଁ, ସେମାନେ ହିଁ ବିହାରର ବିକାଶ

କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande