
ନୂଆଦିଲ୍ଲୀ, 25 ଅକ୍ଟୋବର (ହି.ସ.)- ପବିତ୍ର ଛଠ୍
ପୂଜାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୂର୍ଯ୍ୟ ଉପାସନା ଓ ଲୋକ ଆସ୍ଥାର ମହାପର୍ବ ଛଠ ପୂଜାର
ପ୍ରଥମ ଉପବାସ ‘ନହାୟ-ଖାୟ’
ଅବସରରେ ସମସ୍ତ ବିହାରବାସୀ ଓ ଦେଶବାସୀଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା।
ଆସ୍ଥା,
ତପସ୍ୟା ଓ ପବିତ୍ରତାର ଏହି ପର୍ବ ସୂର୍ଯ୍ୟଦେବ ଓ ଛଠି
ମାQଙ୍କ ଆରାଧନା
ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ଜୀବନରେ ଆଲୋକ, ଉତ୍ତମ ସ୍ୱାସ୍ଥ୍ୟ ଓ ପରିବାରର
ମଙ୍ଗଳକାମନାର ସନ୍ଦେଶ ନେଇ ଆସୁ।
ଏହି ପବିତ୍ର ଅବସରରେ
ସୂର୍ଯ୍ୟଦେବ ଓ ଛଠି ମାଆଙ୍କ ଦିବ୍ୟ ଆଶୀର୍ବାଦ ସର୍ବଦା ସମସ୍ତ ଉପବାସୀ ଓ ଭକ୍ତମାନଙ୍କ ଉପରେ ରହୁ।
ଜୟ ଛଠି ମାଆ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା