ଗଞ୍ଜାମ ଜିଲ୍ଲାରେ କାମ କରୁନାହିଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
ଗଂଜାମ, 28 ଅକ୍ଟୋବର (ହି.ସ.) ଗଂଜାମ ଜିଲାରେ ଅଧିକାଂଶ ସିଏଚସି ପିଏଚସି ଓ ସବସେଣ୍ଟର ଗୁଡିକରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଗୁଡିକ କାମ କରୁନଥିବା ଜଣାପଡିଛି । ପ୍ରତ୍ୟେକ ମାସରେ ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁମାସରେ ଆୟୁଷ୍ମାନ ସ୍ୱାସ୍ଥ୍ୟ ମେଳା କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏ
ଗଞ୍ଜାମ ଜିଲ୍ଲାରେ କାମ କରୁନାହିଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର


ଗଂଜାମ, 28 ଅକ୍ଟୋବର (ହି.ସ.)

ଗଂଜାମ ଜିଲାରେ ଅଧିକାଂଶ ସିଏଚସି ପିଏଚସି ଓ ସବସେଣ୍ଟର ଗୁଡିକରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଗୁଡିକ କାମ କରୁନଥିବା ଜଣାପଡିଛି । ପ୍ରତ୍ୟେକ ମାସରେ ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁମାସରେ ଆୟୁଷ୍ମାନ ସ୍ୱାସ୍ଥ୍ୟ ମେଳା କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ ହଜାର ହଜାର ଟଙ୍କା ଅନୁଦାନ ଆସୁଛି। ଏହି ଟଙ୍କା ବାଟମାରଣା ହେଉଛି ।। କାଗଜପତ୍ରରେ ସ୍ୱାସ୍ଥ୍ୟମେଳା କରାଯାଇ ଅଫିସର ଓ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ମାନେ ମିଥ୍ୟା ଭାଉଚର କରି ଏଥିପାଇଁ ଆସୁଥିବା ଟଙ୍କା ଆତ୍ମସାତ କରୁଛନ୍ତି । ମାସର ନିର୍ଦ୍ଧିଷ୍ଠ ତାରିଖରେ ମେଳା କରାଯାଉ ନାହି କିମ୍ୱା ସ୍ୱାସ୍ଥ୍ୟ ମେଳା ଆଗରୁ ଲୋକଙ୍କୁ ଏସଂର୍କରେ ସୂଚନା ଦିଆଯାଉନାହିଁ କିମ୍ବା ସ୍ଥାନୀୟ ଅଂଗନବାଡି କର୍ମୀ ଆଶା,ଏନଜିଓ, ଜନପ୍ରତିନିଧି ମାନଙ୍କୁ ମଧ୍ୟ ସାମିଲ କରାଯାଉନଥିବାରୁ ଏହି କାର୍ଯ୍ୟକ୍ରମର ସୁଫଳ ଜନସାଧାରଣ ପାଉନଥିବା ସାଧାରଣରେ ଦାବି ହେଉଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କତ୍ତୃପକ୍ଷ ଓ ଗଂଜାମ ଜିଲା ସିଡିଏମଓ ଘଟଣାର ଅନୁଧ୍ୟାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande