ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ
ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ
ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ


ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ


ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ


ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ


ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ


ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ


ସମ୍ବଲପୁର/ନୁଆପଡା, ୨୮ ଅକ୍ଟୋବର (ହି.ସ.) ନୁଆପଡା

ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ହୋଟେଲରେ ଅଞ୍ଚଳର ସମସ୍ତ ସାମାଜିକ, ସାଂସ୍କୃତିକ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଏହି ସମାବେଶରେ ସାମିଲ ହୋଇଥିଲେ । କେନ୍ଦ୍ରରେ ବିଜେପି ଓ ଅଣ ବିଜେପି ସରକାର ମଧ୍ୟରେ ପାର୍ଥକ୍ୟ ଏବଂ ରାଜ୍ୟରେ ଗତ ୧୬ ମାସର ମୋହନ ମାଝୀଙ୍କ ସରକାରର ଉପଲବ୍ଧି, ମୋଦୀ ଶାସନରେ ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା, ଦୁର୍ନୀତି ଭ୍ରଷ୍ଟାଚାରକୁ ନେଇ ଶୂନ୍ୟ ସହନଶୀଳତା, ମୋହନ୍ ମାଝୀ ସରକାରଙ୍କର ଦୃତ ବିକାଶ ବିଷୟରେ ଉପସ୍ଥିତ ବିଜେପି ନେତୃବୃନ୍ଦ ଆଲୋକପାତ କରିଥିଲେ । ଏଣୁ ବିଜେପି ହିଁ ବିକାଶର ଏକମାତ୍ର ମାଧ୍ୟମ ଓ ଏଥିପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମର୍ଥନ ଦେଇ ତାଙ୍କୁ ବିଜୟୀ କରାଇବା ପାଇଁ ଉପସ୍ଥିତ ବିଜେପି ନେତୃମଣ୍ଡଳୀ ସଚେତନ କରାଇଥିଲେ । ଏହି ସମାବେଶରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର, କନ୍ଧମାଳ ସାଂସଦ ସୁ କାନ୍ତ ପାଣିଗ୍ରାହୀ, ଖରିଆର ରୋଡ଼ ଏନ୍ଏସି ପୌରାଧ୍ୟକ୍ଷା ସାନିଆ ଜୈନ, ପୁର୍ବତନ ବିଧାୟକ କାନ୍ଦ୍ରା ସୋରେନ୍, ଜିଲ୍ଲା ବିଜେପି ଉପସଭାପତି ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande