ହଜରତ ମୁଜାହିଦ-ଏ-ମିଲ୍ଲତ ଙ୍କ ୪୬ ତମ ଉର୍ସ ଉତ୍ସବ, ଧାମନଗର ଚଳଚଂଚଳ, ଏଥର ସିସି କ୍ୟାମେରା ଜଗିବ ଅସାମାଜିକ ଲୋକ ଓ ପକେଟମାର୍‌କୁ
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲାଧାମନଗର ଠାରେ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତ ମୌଲାନା ସାହା ମହମ୍ମଦ ହବିବୁର ରହେମାନଙ୍କ ୪୬ ତମ ଉର୍ସ ଉତ୍ସବ ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ମହା ଆଡମ୍ବରରେ ପାଳିତ ହେଉଛି। ଏହି ଉର୍ସ ଉତ୍ସବର ପ୍ରଥମ ଦିନରେ ବିଭ
HAJRAT-MOJAHID-A-MILAT UTSAV


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲାଧାମନଗର ଠାରେ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତ ମୌଲାନା ସାହା ମହମ୍ମଦ ହବିବୁର ରହେମାନଙ୍କ ୪୬ ତମ ଉର୍ସ ଉତ୍ସବ ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ମହା ଆଡମ୍ବରରେ ପାଳିତ ହେଉଛି। ଏହି ଉର୍ସ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରୁ ପୀରବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଥମ ଦିନ ତଥା ୨୮ ତାରିଖ ମଙ୍ଗଳବାର ସକାଳ ୬ଟାରୁ ୭ଟା ୩୦ମିନିଟ ପର୍ଯ୍ୟନ୍ତ ବିଶିଷ୍ଠ ମୌଲାନାଙ୍କ ଦ୍ୱାରା କୋରାନ ଖାନି ପରେ ପୀରବାବାଙ୍କୁ ଗୋଲାପ ଜଳ ଓ ଫୁଲ ଚଢାଇ ସ୍ୱସାଧାରଣରେ ଦର୍ଶନ କରାଯିବ। ରାତି ୮ ଟାରୁ ସ୍ୱର୍ଭାରତୀୟ ମୁସାୟରା କାର୍ଯ୍ୟକ୍ରମ ଏବଂ ଉର୍ଦୁକବି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ମୌଲାନା,ଉର୍ଦୁ କବି ଓ ସାୟର ପ୍ରମୁଖ ଯୋଗଦେଇ ପୀରବାବାଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଧାର୍ମିକ ଭାଷଣ ପ୍ରଦାନ କରିବେ।ଭକ୍ତ ଓ ଶ୍ରଦ୍ଧାଳୁ ସେମାନେ ରହିବା ସ୍ଥାନ ନିରୁପଣ ଏବଂ ସେମାନଙ୍କର ଚାରିଚକିଆ ଗାଡ଼ି ଓ ବସ ରଖିବାର ସୁବ୍ୟବସ୍ଥା ନିମନ୍ତେ ଉର୍ସ କମିଟି ପକ୍ଷରୁ ୭୫୦ଜଣରୁ ଉର୍ଦ୍ଧ ଭୋଲେଂଟର ଓ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି।ଶାନ୍ତି ଶୃଙ୍ଖଳା ପାଇ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଙ୍କ ନିର୍ଦ୍ଦେଶ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୧, ଡି ଏସ ପି ୮ ଜଣ,ଇନିସପେକ୍ଟର ୨୦, ଏସ ଆଇ ଓ ଏ ଏସ ଆ ଇ ୧୦୦ , ହାବିଲଦାର ଓ ହୋମ ଗାର୍ଡ ୫୦ ଜଣ ଓ ୨୨ ପ୍ଲାଟୁନ ପୋଲିସ ଫୋର୍ସ ଧାମନଗର ବଜାର ରେ ବିଭିନ୍ନ ଛକ,ବସ୍ତି ରେ ନିୟୋଜିତ ହେବେ। ଏପରିକି ସାଧାପୋଶାକ ଧରି ପୋଲିସ ମଧ୍ୟ ନିୟୋଜିତ ହେବେ, ତେବେ ଚୋରି ଅସାମାଜିକ ଲୋକ ଙ୍କ ପାଇ ଧାମନଗର ମେଡ଼ିକାଲ ବଜାର ରୁ ବିଭିନ୍ନ ହବିବିନଗର ଓ ବିଭିନ୍ନ ବସ୍ତି ରେ ସିସି କ୍ୟମରା ଲଗା ଯାଇ ଥିବା ପୋଲିସ ଏସ ଡି ପି ଓ ତ୍ରିଲୋଚନ ସେଠୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande