
ହାଇଦ୍ରାବାଦ, 29 ଅକ୍ଟୋବର (ହି.ସ.)-ଘୂର୍ଣ୍ଣିବାତ୍ୟା ମୋନ୍ଥାର ପ୍ରଭାବରୁ ତେଲେଙ୍ଗାନାର 16ଟି ଜିଲ୍ଲାରେ
ଅଚାନକ ବନ୍ୟାର ଆଶଙ୍କା ଦେଖାଦେଇଥିବା ପାଣିପାଗ ବିଭାଗ କହିଛି ।
ଏହି ଜିଲ୍ଲାଗୁଡ଼ିକ ହେଲେ — ଆଦିଲାବାଦ, ନିର୍ମଲ, ନିଜାମାବାଦ, ଜଗତିଆଲ, କାମାରେଡ଼ି, କରିମନଗର, ସିଦ୍ଦିପେଟ, ଵାରଙ୍ଗଲ, ଜଙ୍ଗାମ, ଯାଦାଦ୍ରି ଭୁବନଗିରି, ହନୁମାକୋଣ୍ଡା, ମହବୁବାବାଦ, ମେଡକ, ମେଡଚଲ-ମଲକାଜଗିରି ଏବଂ
ପେଡ଼୍ଡାପଲ୍ଲି।
ଏହି ତିନିଟି ଜିଲ୍ଲାରେ
ସବୁଠୁ ଅଧିକ ବର୍ଷା ହେବ- ଵାରଙ୍ଗଲ, ହନୁମାକୋଣ୍ଡା ଏବଂ
ମହବୁବାବାଦ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟାନ୍ୟ ଜିଲ୍ଲାରେ ଭାରି
ବର୍ଷାର ସମ୍ଭାବନା- ଆଦିଲାବାଦ, ନିର୍ମଲ, ଜଗତିଆଲ, ମଞ୍ଚେରିଆଲ, ରାଜନ୍ନା ସିରସିଲା, ପେଡ଼୍ଡାପଲ୍ଲି, କରିମନଗର, ସିଦ୍ଦିପେଟ, ଜଙ୍ଗାମ, ଯଦାଦ୍ରି ଭୁବନଗିରି, ଜୟଶଙ୍କର ଭୂପାଳପଲ୍ଲି ଏବଂ ସୂର୍ଯ୍ୟାପେଟ ଜିଲ୍ଲାରେ ଅତି ଭାରି
ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
କୁମ୍ରମ ଭୀମ ଆସିଫାବାଦ, ନିଜାମାବାଦ, କାମାରେଡ଼ି, ମେଡକ, ରଙ୍ଗାରେଡ଼ି, ନଲଗୋଣ୍ଡା, ମୁଲୁଗୁ, ଭଦ୍ରାଦ୍ରି କୋଠାଗୁଡ଼େମ ଏବଂ ଖମ୍ମମ ଜିଲ୍ଲାରେ ମଧ୍ୟ ଭାରି ବର୍ଷାର
ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଘୂର୍ଣ୍ଣିବାତ୍ୟା ମୋନ୍ଥା
ଓ ଭାରି ବର୍ଷାର ପରିଣାମରେ ଦକ୍ଷିଣ ମଧ୍ୟ ରେଲୱେ ବହୁ ଟ୍ରେନ୍ ବାତିଲ୍ କରିଛି।
ମୋଟ ୧୨୭ଟି ଟ୍ରେନ୍କୁ
ଅସ୍ଥାୟୀ ଭାବରେ ବାତିଲ୍ କରାଯାଇଛି ଏବଂ ଅନ୍ୟ ୧୪ଟି ଟ୍ରେନ୍ର ମାର୍ଗ ପରିବର୍ତ୍ତନ କରାଯାଇଛି।
ଫଲକନାମା, ଇଷ୍ଟ କୋଷ୍ଟ, ଗୋଦାବରୀ, ବିଶାଖାପଟ୍ଟନମ ଓ ନରସାପୁର ଏକ୍ସପ୍ରେସ ଟ୍ରେନ୍ଗୁଡିକ ବାତିଲ୍
ହୋଇଛି। ପ୍ରବଳ ବର୍ଷାର ଫଳରେ ବିଭିନ୍ନ ରେଲୱେ ଷ୍ଟେସନରେ ଟ୍ରେନ୍ଗୁଡିକୁ ଅଟକାଯାଇଛି। କୋଣାର୍କ
ଏକ୍ସପ୍ରେସକୁ ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାର ଗୁଣ୍ଡ୍ରାତିମାଦୁଗୁରେ ଅଟକାଯାଇଛି ଏବଂ
ଗୋଲକୁଣ୍ଡା ଏକ୍ସପ୍ରେସକୁ ଦୋର୍ଣ୍ଣାକଲରେ ରୋକାଯାଇଛି। ସେହିପରି ସାଇନଗର ଶିରଡି ଏକ୍ସପ୍ରେସକୁ
ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାର କୋଣ୍ଡାପଲ୍ଲିରେ ଅଟକାଯାଇଛି। ଆନ୍ଧ୍ର ପ୍ରଦେଶର ବିଭିନ୍ନ
ଷ୍ଟେସନରେ ୧୨ଟି ମାଲ ଟ୍ରେନ୍ କୁ ମଧ୍ୟ ରୋକାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା