ଚଣ୍ଡିଗଡ, 3 ଅକ୍ଟୋବର (ହି.ସ.)- ପଞ୍ଜାବ ପୁଲିସ
ଦୀପାବଳି ପୂର୍ବରୁ ଏକ ବଡ଼ ଷଡ଼ଯନ୍ତ୍ରକୁ ବିଫଳ କରିଦେଇଛି ଓ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ସହିତ
ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ ମାମଲା ଦାଖଲ କରାଯାଇଛି ଓ ପୁଲିସ ଆଗାମୀ
କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
ପଞ୍ଜାବ ପୁଲିସର
ମହାନିର୍ଦ୍ଦେଶକ ଗୌରବ ଯାଦବ ଶୁକ୍ରବାର ଜାରି କରିଥିବା ବିବୃତିରେ କହିଛନ୍ତି ଯେ, ଅମୃତସର ଗ୍ରାମୀଣ ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ସେମାନେ
ତରନତାରନ୍ ଜିଲ୍ଲାର ବାସିନ୍ଦା ରବିନ୍ଦର ସିଂହ ଅର୍ଥାତ୍ ‘ରବି’ କୁ ଗିରଫ କରିଛନ୍ତି। ପୁଲିସ ତାଙ୍କ ନିକଟରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଛି।
ପ୍ରାରମ୍ଭିକ ତଦନ୍ତରୁ
ଜଣାପଡ଼ିଛି ଯେ ଗିରଫ ହୋଇଥିବା ଅଭିଯୁକ୍ତ ପାକିସ୍ତାନୀ ଆଇଏସଆଇଏଜେଣ୍ଟମାନଙ୍କ ସହିତ ସଂଯୋଗରେ ଥିଲେ ଓ ସେ ସୀମା ପାର କରି ଏହି
ଅସ୍ତ୍ର ଆଣିଥିଲେ। ଅଭିଯୁକ୍ତଙ୍କ ପୁରୁଣା ସଂପର୍କ ବିଷୟରେ ତଦନ୍ତ ଜାରି ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା