ଚାରି ଦେଶର ରାଷ୍ଟ୍ରଦୂତଙ୍କ ପରିଚୟ ପତ୍ର ସ୍ୱୀକାର କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 3 ଅକ୍ଟୋବର (ହି.ସ.) - ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରିଟାନିଆ, ଲକ୍ଜେମ୍‌ବର୍ଗ, କାନାଡା ଓ ସ୍ଲୋଭେନିଆ ଦେଶର ରାଜଦୂତଙ୍କ ପରିଚୟ ପତ୍ର ସ୍ୱୀକାର କରିଛନ୍ତି। ରାଷ୍ଟ୍ରପତି ଭବନର ସୂଚନା ଅନୁଯାୟୀ, ଏହି ପରିଚୟପତ୍ର ଉପସ୍ଥାପନ ଉତ୍ସବ ରାଷ୍ଟ୍ରପତି ଭବନ
ଚାରି ଦେଶର     ରାଷ୍ଟ୍ରଦୂତଙ୍କ ପରିଚୟ ପତ୍ର ସ୍ୱୀକାର କଲେ ରାଷ୍ଟ୍ରପତି


ନୂଆଦିଲ୍ଲୀ, 3 ଅକ୍ଟୋବର (ହି.ସ.)

- ଶୁକ୍ରବାର

ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରିଟାନିଆ, ଲକ୍ଜେମ୍‌ବର୍ଗ, କାନାଡା ଓ ସ୍ଲୋଭେନିଆ ଦେଶର ରାଜଦୂତଙ୍କ ପରିଚୟ ପତ୍ର ସ୍ୱୀକାର

କରିଛନ୍ତି। ରାଷ୍ଟ୍ରପତି ଭବନର ସୂଚନା ଅନୁଯାୟୀ, ଏହି ପରିଚୟପତ୍ର ଉପସ୍ଥାପନ ଉତ୍ସବ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ

ହୋଇଥିଲା,

ଯେଉଁଠି ରାଜଦୂତମାନେ ନିଜ-ନିଜ ଦେଶର ପରିଚୟ ପତ୍ର ରାଷ୍ଟ୍ରପତିଙ୍କୁ

ଦାଖଲ କରିଥିଲେ । ମରିଟାନିଆର ଇସ୍ଲାମିକ ଗଣରାଜ୍ୟର ରାଜଦୂତ ଅହମ୍ମଦୌ ସିଦି ମୋହମ୍ମଦ, ଲକ୍ଜେମ୍‌ବର୍ଗ ଗ୍ରାଣ୍ଡ ଡଚୀର ରାଜଦୂତ କ୍ରିସ୍ଚିଆନ ବିଭର, କାନାଡାର ଉଚ୍ଚାୟୁକ୍ତ କ୍ରିଷ୍ଟୋଫର କୁଟର ଓ ସ୍ଲୋଭେନିଆ ଗଣରାଜ୍ୟର

ରାଜଦୂତ ଟୋମାଜ ମେନସିନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande