ମଧ୍ୟପ୍ରଦେଶର ଖଣ୍ଡୱାରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 11ଜଣଙ୍କର ହେଲା ଅନ୍ତିମ ସଂସ୍କାର
ଭୋପାଲ/ଖଣ୍ଡୱା, 3 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ବୁଧବାର ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ଡ୍ୟାମର ବ୍ୟାକୱାଟର୍‌ରେ ଟ୍ରାକ୍ଟର-ଟ୍ରଲି ଓଲଟିଯିବା ଘଟଣାରେ ମୃତ ୧୧ ଜଣଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯାଇଛି। ଏହି ଦୁଃଖଦ ଘଟଣା ପରେ ସମ୍ପୂ
ମଧ୍ୟପ୍ରଦେଶର ଖଣ୍ଡୱାରେ     ହୋଇଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 11ଜଣଙ୍କର ହେଲା ଅନ୍ତିମ ସଂସ୍କାର


ଭୋପାଲ/ଖଣ୍ଡୱା, 3 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର

ଖଣ୍ଡୱା ଜିଲ୍ଲାରେ ବୁଧବାର ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ଡ୍ୟାମର ବ୍ୟାକୱାଟର୍‌ରେ

ଟ୍ରାକ୍ଟର-ଟ୍ରଲି ଓଲଟିଯିବା ଘଟଣାରେ ମୃତ ୧୧ ଜଣଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯାଇଛି।

ଏହି ଦୁଃଖଦ ଘଟଣା ପରେ ସମ୍ପୂର୍ଣ୍ଣ ଗାଁରେ ଶୋକର ପରିବେଶ ଖେଳିଯାଇଛି। ଅନ୍ତିମ ସଂସ୍କାରରେ ଆଖପାଖର

ଗାଁର ଲୋକମାନେ ମଧ୍ୟ ପାଡ଼ଲଫାଟା ଗାଁକୁ ଆସିଥିଲେ। ପରିସ୍ଥିତିର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି

ରାଜ୍ୟ ପ୍ରଶାସନ ଗାଁରେ ବ୍ୟାପକ ପୁଲିସ ବଳ ମୁତୟନ କରିଛି।

ଖଣ୍ଡୱା ଜିଲ୍ଲାର ପନ୍ଧାନା

ଥାନା କ୍ଷେତ୍ର ଅନ୍ତର୍ଗତ ପାଡ଼ଲଫାଟା ଗାଁର ଲୋକମାନେ ଗୁରୁବାର ସଂଧ୍ୟାବେଳେ ଗ୍ରାମ

ଅର୍ଦ୍ଦଲାରେ ଦୁର୍ଗା ପ୍ରତିମା ବିସର୍ଜନ ପାଇଁ ଯ଼ାଇଥିଲେ। ଏହି ସମୟରେ ହଠାତ୍ ଟ୍ରାକ୍ଟର-ଟ୍ରଲି

ଏକ ଜଳାଶୟରେ ପଡ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଏଥିରେ ଆଠ ଜଣ ପିଲାଙ୍କ ସହିତ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ

ମଧ୍ୟରେ ୯ ବର୍ଷର ପିଲାରୁ ଆରମ୍ଭ କରି ୨୫ ବର୍ଷ ବୟସର ଯୁବକ ଥିଲେ। ଏକାଠି ଗାଁର ୧୧ ଜଣ ଲୋକଙ୍କ

ମୃତ୍ୟୁ ହେବା ଦ୍ୱାରା ସମ୍ପୂର୍ଣ୍ଣ ପନ୍ଧାନା ଅଞ୍ଚଳ ଓ ଜିଲ୍ଲା ମଧ୍ୟରେ ଶୋକ ଖେଳିଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande