
ଚେନ୍ନାଇ, 3 ଅକ୍ଟୋବର (ହି.ସ.)- ତମିଲନାଡୁର
ରାଜଧାନୀ ଚେନ୍ନାଇରେ ଶୁକ୍ରବାର ଦିନ ପୁଲିସକୁ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ପାଇଁ ଧମକପୂର୍ଣ୍ଣ
ଇମେଲ୍ ମିଳିବା ପରେ ଭୟ ଦେଖାଦେଇଛି । ଏହି ଧମକି ମିଳିବା ପରେ ସହରର ହାଇ ପ୍ରୋଫାଇଲ୍ ଅଂଚଳଗୁଡିକରେ
ତଲାସୀ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍, ରାଜ୍ୟପାଳ ଆର.ଏନ୍. ରବି, ଅଭିନେତ୍ରୀ ତ୍ରିଶା, ଅଭିନେତା ଓ ନେତା ବିଜୟ, ଏସ୍.ଭି. ଶେଖର ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ କମଲାଳୟମ୍ ଶାମିଲ
ରହିଛି ।
ପୁଲିସକୁ ଏକ ଇମେଲ୍
ମାଧ୍ୟମରେ ପ୍ରସିଦ୍ଧ ଅଭିନେତ୍ରୀ ତ୍ରିଶାଙ୍କ ଘରେ ବୋମା ରଖାଯାଇଥିବା ସୂଚନା ମିଳିଥିଲା । ଏହି
ସୂଚନା ମିଳିବା ପରେ ପୁଲିସ ତେନମ୍ପେଟ୍ସ୍ଥିତ ତାଙ୍କ ଘରେ ପହଞ୍ଚି ଡଗ୍ ସ୍କ୍ୱାଡ୍ ସହ ଗୁରୁତର ତଲାସୀ
ନେଇଥିଲେ,
କିନ୍ତୁ ସେଠାରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା ।
ଏହି ଘଟଣା ପରେ ଆତଙ୍କ
ଚାଲିଥିଲେ ମଧ୍ୟ, ପୁଲିସ
ପକ୍ଷରୁ କହାଯାଇଛି ଯେ ସେମାନେ ସମ୍ପୂର୍ଣ୍ଣ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଜାରି
ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା