ତମାଖୁ ସେବନ ବିରୁଦ୍ଧରେ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଆବଶ୍ୟକ ମାର୍ଗଦର୍ଶନ ଜାରି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଦିନକୁ ଦିନ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଗୁଡିକରେ ବଢିବାରେ ଲାଗିଛି ନିଶା କରବାର । ଯାହା ପାଇଁ ନିଶାରେ ଗ୍ରସ୍ତ ହେଉଛନ୍ତି ଯୁବପିଢୀ । କ୍ୟାମ୍ପସ ଗୁଡିକାରେ ବଢିବାରେ ଲାଗିଛି ଅସାମାଜିକ କାର୍ଯ୍ୟକଳାପ । ଏହାରି ଭିତରେ ରାଜ୍ୟ ସରକ
ତମାଖୁ ସେବନ ବିରୁଦ୍ଧରେ ସମସ୍ତ     ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ     ଆବଶ୍ୟକ ମାର୍ଗଦର୍ଶନ ଜାରି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଦିନକୁ ଦିନ

ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଗୁଡିକରେ ବଢିବାରେ ଲାଗିଛି ନିଶା କରବାର । ଯାହା ପାଇଁ ନିଶାରେ

ଗ୍ରସ୍ତ ହେଉଛନ୍ତି ଯୁବପିଢୀ । କ୍ୟାମ୍ପସ ଗୁଡିକାରେ ବଢିବାରେ ଲାଗିଛି ଅସାମାଜିକ କାର୍ଯ୍ୟକଳାପ

। ଏହାରି ଭିତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ

ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି କି, ଆମ ଯୁବପିଢ଼ିଙ୍କ

ମଧ୍ୟରେ ତମାଖୁ ସେବନର ବ୍ୟାପକ ହେବା ଆମର ଚିନ୍ତାର ବିଷୟ । ଯାହା ଆମ ଦେଶର ସାର୍ବଜନୀନ

ସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତମାଖୁ ସେବନ ବିରୁଦ୍ଧରେ ଭାରତ ସରକାରଙ୍କ

ପ୍ରତିବଦ୍ଧତା ଏବଂ ତମାଖୁ ମୁକ୍ତ ପିଢ଼ିର ଦୃଷ୍ଟିକୋଣକୁ ଅନୁସରଣ କରି, ସ୍ୱାସ୍ଥ୍ୟ ଏବଂ

ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗୀ ମନ୍ତ୍ରଣାଳୟମାନଙ୍କ ସହଯୋଗରେ ପୂର୍ବରୁ ୦୨ ଅକ୍ଟୋବର

୨୦୨୫ ରେ ତମାଖୁ ମୁକ୍ତି ଯୁବ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି

ଯୁବପିଢ଼ି ଏବଂ ପିଲାମାନଙ୍କୁ ତମାଖୁ ସେବନ ବିରୁଦ୍ଧରେ ସଚେତନ କରିବା ଏବଂ

ସ୍କୁଲ/କଲେଜ/ବିଶ୍ବବିଦ୍ୟାଳୟ/ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚାର ପ୍ରସାର କରିବା ।

ଏହାକୁ ସଠିକ ଭାବରେ ସମସ୍ତ

ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ

ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆବଶ୍ୟକ ମାର୍ଗଦର୍ଶନ ଜାରି କରିବାକୁ ରାଜ୍ୟ

ସରକାରଙ୍କୁ ଅନୁରୋଧ କରାଯାଇଛି। ଏହା ସହିତ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ଏବଂ କ୍ରୀଡା କାର୍ୟ୍ୟକଳାପକୁ

ସକ୍ରିୟ ଭାବରେ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରାଯାଇଛି । ଯାହା ସମସ୍ତ ପ୍ରକାରର ନିଶାର

ପ୍ରତିଷେଧକ ହୋଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande