ଧାନ ବିଲରୁ ମିଳିଥିବା ଯୁବତୀ ମୃତ ଦେହ ପରିଚୟ ମିଳିଲା ଏହା ପାଟଣାଗଡ ରତାଖଣ୍ଡି ଗାଁ କୁମତି ଧରୁଆ ବୋଲି ପୋଲିସ ର ସୂଚନା
ବଲାଙ୍ଗିର, ୩୦ ଅକ୍ଟୋବର (ହି.ସ.) - ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ ନିକଟ ଏକ ଧାନ କିଆରିରୁ ଗତକାଲି ସକାଳେ ଏକ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଥିଲା ଦେଓଗାଁ ପୋଲିସ। ଆଜି ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି ବଲାଙ୍ଗିର ଠାରେଏସ ପି
ଧାନ ବିଲରୁ ମିଳିଥିବା ଯୁବତୀ ମୃତ ଦେହ ପରିଚୟ ମିଳିଲା ଏହା ପାଟଣାଗଡ ରତାଖଣ୍ଡି ଗାଁ କୁମତି ଧରୁଆ ବୋଲି ପୋଲିସ ର ସୂଚନା


ବଲାଙ୍ଗିର, ୩୦ ଅକ୍ଟୋବର (ହି.ସ.) - ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ ନିକଟ ଏକ ଧାନ କିଆରିରୁ ଗତକାଲି ସକାଳେ ଏକ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଥିଲା ଦେଓଗାଁ ପୋଲିସ। ଆଜି ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି ବଲାଙ୍ଗିର ଠାରେଏସ ପି ଙ୍କ ସୁଚନା ଦେଇଛନ୍ତି।

ସମ୍ପୃକ୍ତା ଯୁବତୀ ଜଣକ ପାଟଣାଗଡ଼ ଅଂଚଳ ରତାଖଣ୍ଡି ଗାଁ କୁମତି ଧରୁଆ (୨୯)ହୋଇଥିବା ବେଳେ ସେ ଗତ ୨୩ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାରବର୍ଗଙ୍କ ସୂଚନା ଅନୁସାରେ ସେ ମାନସିକ ବିକାର ଗ୍ରସ୍ତ ଥିଲେ। ସେ ଜଣେ ବିବାହିତା। ୨୦୨୧ରୁ ସ୍ୱାମୀଙ୍କୁ ଛାଡ଼ି ବାପଘରେ ରହୁଥିଲେ। ଆଜି ଅପରାହ୍ନରେ ୪ଟାରେ ଏକ ପ୍ରେସମିଟ୍‌ରେ ଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ ସୂଚନା ଦେଇଛନ୍ତି ଯେ ମହିଳା ଜଣକ ଶବ ପୋଡ଼ା ଘଟଣା ନୁହେଁ ୨୩ ତାରିଖ ଦିନ ସେରହୁଥିବା ବାପଘରୁ ଫେରାର ହୋଇ ଯାଇଥିଲା ଖୋଜା ଖୋଜି ଜାରି ଥିଲା ବେଲେ ପାଟଣା ଗଡ଼ ପୋଲିସ କୁ ରିପୋର୍ଟ ହୋଇ ଥିଲା। ଗତକାଲିଅଜଣା ମୃତ ଦେହ ମିଳିବା ପରେ ବିଭିନ୍ନ ସୂତ୍ରରୁ ଖବର ନେଉ ତାର ସ୍ୱାମୀ ବାପା ପରିବାର ଲୋକଙ୍କୁ ପଚରା ଯାଇ ଖବର ନିଆ ଯାଇଛି। ଆଜି ତାର ଡ଼ାକ୍ତରୀ ଦଳ ଦ୍ୱାରା ପୋଷ୍ଟ ମେଟମ୍ ହୋଇଛି । ୬/୭ ଦିନ ତଳେ ମାରିଥିବାରୁ ପଚିଯାଇଛି। କୌଣସି ପ୍ରକାର ହତ୍ୟା, ଧର୍ଷଣ ଭଳି ସନ୍ଦେହ ନଥିବା ଡାକ୍ତରୀ ଦଳ ରିପୋର୍ଟ ଦେଇଚନ୍ତି। ୨୦୧୯ ରେ ବିଭାଜିତ କୁମତି ୨୦୨୦ ରେ ସନ୍ତାନ ପ୍ରସବ ପରେ ମାନସିକ ରୋଗ ଗ୍ରସ୍ତ ହେଇ ଚିକିତ୍ସିତ ହେଉଥିଲା ସ୍ୱାମୀ ଛାଡ଼ି ଦେଇଥିବାରୁ ବାପା ଘରେ ରହୁଥିଲା । ଘରୁ ମଧ୍ୟ ଅନେକ ଥର ଚାଲି ଯାଇ ଖୋଜା ଖୋଜି ବେଳେ ମିଳିଥିଲା। ଏଥର ନିଜ ଗ୍ରାମରୁ ୬ କିଲୋମିଟର ଦୂରକୁ ଆସି ମୃତ୍ୟୁଜଙ୍ଗଲରେ ମରିଥିଲେ। ତାଙ୍କର ଭିସରା ପରୀକ୍ଷା ପାଇଁ ପଠାଇବା ପାଇଁ ରଖା ଯାଇଥିବା ଏସ ପି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande