ଏକ ଭାରତ ଆତ୍ମ ନିର୍ଭର ଭାରତ ପାଇଁ ଚାନ୍ଦବାଲି ରେ ଗଣ ଦୌଡ଼ ର ପ୍ରସ୍ତୁତି ବୈଠକ
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଭାରତ ର ଏକତା ଓ ଅଖଣ୍ଡତା ର ପ୍ରତୀକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ଭାରତ , ଆତ୍ମନିର୍ଭର ଭାରତ ନିମନ୍ତେ ଏକ ଗଣଦୌଡ କାର୍ଯ୍ୟକ୍ରମ ତା ୩୧-୧୦-୨୦୨୫ ରିଖ ସଖାଳ ୯ଘଟିକା ସମୟ ରେ କାଳୀ ପଡିଆ ଠାରୁ ଆରମ୍ଭ ହୋଇ ଚାନ୍ଦବାଲି ନୂ
eka bharat atma nirvar bharat


ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଭାରତ ର ଏକତା ଓ ଅଖଣ୍ଡତା ର ପ୍ରତୀକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ଭାରତ , ଆତ୍ମନିର୍ଭର ଭାରତ ନିମନ୍ତେ ଏକ ଗଣଦୌଡ କାର୍ଯ୍ୟକ୍ରମ ତା ୩୧-୧୦-୨୦୨୫ ରିଖ ସଖାଳ ୯ଘଟିକା ସମୟ ରେ କାଳୀ ପଡିଆ ଠାରୁ ଆରମ୍ଭ ହୋଇ ଚାନ୍ଦବାଲି ନୂଆ ବସଷ୍ଟାଣ୍ଡ ଠାରେ ଶେଷ ହେବ। ଏହାର ସଫଳ ଆୟୋଜନ ନିମନ୍ତେ ଶ୍ରୀ କିଶୋର ନାୟକ ଙ୍କ ଅବହାକତ୍ୟ ରେ ଏକ ପ୍ରସ୍ତୁତି ବୌଠକ ଚାନ୍ଦବାଲି ଅରଣ୍ୟ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଭଦ୍ରକ ଜିଲ୍ଲା ବି ଜେ ପି ସଭାପତି ଶ୍ରୀ ଭଗ୍ୱାନ ପଣ୍ଡା ଯୋଗ ଦେଇ ପ୍ରସ୍ତୁତି କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ । ଚାନ୍ଦବାଲି ଘଇଉ ର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ । ବରିଷ୍ଠ ବି ଜେ ପି ନେତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣି , ଶ୍ରୀ କମଳା କାନ୍ତ ସୂତାର, ଶ୍ରୀ କାହ୍ନୁ ଚରଣ ବେହେରା , ଜିଲ୍ଲା ବି ଜେ ପି ନେତା ଶ୍ରୀ ତପନ ମହାନ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ମିଡ଼ିଆ ସେଲ ର ଦାୟିତ୍ୱ ଆଡଭୋକେଟ୍ ଶ୍ରୀ ଦେବୁଲ ମହାନ୍ତି ଙ୍କୁ , ଜଳପାନ ଜଗନ୍ନାଥ ରାଉତ ଓ ବିଜୟ ବେହେରା, ମଞ୍ଚ ଉପେନ୍ଦ୍ର ରାଉଳ , ବେନିଅନ ଓ ଟୋପି ବଣ୍ଟନ ବିଳାସ ନାୟକ ,ସାର୍ଥକ ନାୟକ,ସ୍ମୃତି ରଞ୍ଜନ ନାୟକ,ଗଣେଶ ଦାସ ଏବଂ ସାଉଣ୍ଡ ଓ ରାଲି ଦାୟିତ୍ୱ ଅଭୟ ସାମଲ ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଣ୍ଡଳ ସଭାପତି ମାନେ ସୂଚନା ଦେବାକୁ ସ୍ଥିର ହେଲା। କାଉନସିଲର ଚନ୍ଦନ ରାଉତ ଓ ସିତ ମଲ୍ଲିକ ଗଣଦୌଡ ସମୟରେ ଶୃଙ୍ଖଳା ରଖିବାକୁ ମତ ଦେଇଥିଲେ। ଶ୍ରୀ ମୀନକେତନ ବିଶ୍ୱାଳ ଏହି ପ୍ରସ୍ତୁତି ବୈଠକ ରେ ସମସ୍ତ ଙ୍କ ଯୋଗଦାନ ନିମନ୍ତେ ଧନ୍ୟବାଦ୍ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande