
ବଲାଙ୍ଗିର, 30 ଅକ୍ଟୋବର (ହି.ସ.)
ଆଜି ବଲାଙ୍ଗିର ଭିଜିଲାନ୍ସ କୋର୍ଟ ରେ କିଶୋର ଚନ୍ଦ୍ର ଖର୍ସେଲ ଆଗଲପୁର ତହସିଲ ର
ପୂର୍ବତନ ତହସିଲ ସେକ୍ସନ ଅଫିସର ସମ୍ବଲପୁର ଭିଜିଲାନ୍ସ ଥାନା ର ୨୦୨୨ ର ମାମଲା ଦାବି କରି ଗ୍ରହଣ କରିଥିବା ୩୫୦୦୦ ଟଙ୍କା ଜଣେ ଟ୍ରାକ୍ଟର ମାଲିକ ଙ୍କୁ ତାଙ୍କର ବ୍ୟବହାର ପାଇଁ ନେଉଥିବା ବାଲି ଉପରେ ହୋଇଥିବା ଚାଲାଣ ଟଙ୍କା ଉଡ଼ାଇ ଦେବାକୁ ଲାଞ୍ଚ ଗ୍ରହଣ କରି ଧରା ପଡି ମାମଲା ଚାଲିଥିଲା। ଆଜି ମାନ୍ୟବର ସ୍ଵତନ୍ତ୍ର ବିଚାରପତି ତାଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ଅର୍ଥ ଦଣ୍ଡ ଘୋଷଣା ସହିତ ତାଙ୍କ ପେନସନ ବନ୍ଦ କରିବା କୁ ନିର୍ଦ୍ଦେଶ ଦେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ