ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ କିଶ୍ମତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଦାସ ଙ୍କୁ ମହଙ୍ଗା ପଡିଛି। ଯାହାକୁ ନେଇ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ବିଜେପି କର୍ମୀ। ଦୀର୍ଘ ୮୦ ବର୍ଷ
ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ କିଶ୍ମତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ


ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଦାସ ଙ୍କୁ ମହଙ୍ଗା ପଡିଛି। ଯାହାକୁ ନେଇ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ବିଜେପି କର୍ମୀ। ଦୀର୍ଘ ୮୦ ବର୍ଷ ପରେ ଭୂଦାନ ଗ୍ରାମରୁ ରାମପୁର ଓ ଦଶିଆବସା କୁ ସବୁଦିନିଆ ପକା ରାସ୍ତା ନିର୍ମାଣ ହେବାକୁ ଯାଉଥିବାରୁ ଯାହାକୁ ନେଇ ଶିକ୍ଷାବିତ ପ୍ରଫୁଲ୍ଲ ଦାସ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଙ୍କୁ ଧନ୍ୟବାଦ ଜଣାଇବା ସହିତ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିଲେ। ହେଲେ ଏହି ପୋଷ୍ଟ ରେ କିଷ୍ମତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଦାସ ଏକ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ତେବେ ଯାହାକୁ ନେଇ ବିଜେପି କର୍ମୀ ମାନେ ବ୍ରଜ କିଶୋର ଦାସ ଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାରେ ଚାନ୍ଦବାଲି ପୋଲିସ ବର୍ତ୍ତମାନ ତଦନ୍ତ କରୁଥିବା ବେଳେ ଅଭିଯୋଗ ପରେ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande