
ନୂଆଦିଲ୍ଲୀ, 30 ଅକ୍ଟୋବର (ହି.ସ.)-ଖୁବଶୀଘ୍ର ଲାଗୁ
ହେବ ୱାନ ନେସନ ୱାନ ପୋଲିସ ୟୁନିଫର୍ମ ପଲିସି । ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର
ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଓଡ଼ିଶା
ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରଣାଳୟ । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ,ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି । ମଗାଯାଇଥିବା
ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୪ ତାରିଖରେ ମଧ୍ୟରେ ସମସ୍ତ ତଥ୍ୟ
ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । କେନ୍ଦ୍ରର ଚିଠି ପରେ ଡ଼ିଜିପି କଣ୍ଟ୍ରୋଲ ରୁମ ପକ୍ଷରୁ ରାଜ୍ୟ
ପୋଲିସ ହେଡ଼ କ୍ୱାଟରକୁ ତଥ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା