
ଭୁବନ, ୪ ନଭେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ିରେ ଯାଇ ବାବା ବୁଦ୍ଧେଶ୍ଵରଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି ବାବାଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ। ସମୁଦାୟ ୩୦୦ ରୁ ଉର୍ଦ୍ଧ୍ବ ହଣ୍ଡା ଭଣ୍ଡାର ଭୋଗ ଲାଗି ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ନରହରି ସାହୁଙ୍କ ସମେତ ସମୀର କୁମାର ସାହୁ, ବିପିନ ବିହାରୀ ସେଠୀ, ସନ୍ତୋଷ କୁମାର ବିହାରୀ, ଲକ୍ଷ୍ମଣ କୁମାର ସାହୁ, ଗୁଲଗୁଲ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅନୁରୂପ ଭାବେ ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ପରିସରରେ ମଧ୍ୟ ଭଣ୍ଡାର ଭୋଗ ଲାଗି ହୋଇଥିଲା।
ପଞ୍ଚକ ପାଇଁ ଚଳଚଞ୍ଚଳ ହୋଇପଡିଛି ବୁଦ୍ଧେଶ୍ଵର ମନ୍ଦିର । ମନ୍ଦିର ପରିସରରେ ପାଞ୍ଚର୍ଦ୍ଦଶ ବାର୍ଷିକ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି ଠାରୁ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଦୋଳି, ମିନା ବଜାର ପାଇଁ ପ୍ରବଳ ଗହଳି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ