୨୨ବର୍ଷରେ ଦୋଳଗୋବିନ୍ଦ ପଡ଼ିଆ ଧବଳେଶ୍ୱର ପୂଜା
ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ବ୍ଲକ ବେତଡ଼ା ପଂଚାୟତ କପାଳୀରୋଡ ଷ୍ଟେସନ ନିକଟରେ ଅବସ୍ଥିତ ଦୋଳଗୋବିନ୍ଦ ପଡ଼ିଆରେ ୨୨ବର୍ଷରେ ପଦାର୍ପଣ କଲା ଧବଳେଶ୍ୱର ପୂଜା। ପୂଜା ମଣ୍ଡପରେ ଶିବ, ପାର୍ବତୀ, ଗଣେଶ, କାର୍ତିକ ସମେତ ପାର୍ଶ୍ୱ ଦେବଦେବୀ ପୂଜା ପାଇବେ ୮ଦିନ ଧରି।ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦି ର
DOLAGOBINDA PADIA DHABALESWAR PUJA


ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ବ୍ଲକ ବେତଡ଼ା ପଂଚାୟତ କପାଳୀରୋଡ ଷ୍ଟେସନ ନିକଟରେ ଅବସ୍ଥିତ ଦୋଳଗୋବିନ୍ଦ ପଡ଼ିଆରେ ୨୨ବର୍ଷରେ ପଦାର୍ପଣ କଲା ଧବଳେଶ୍ୱର ପୂଜା। ପୂଜା ମଣ୍ଡପରେ ଶିବ, ପାର୍ବତୀ, ଗଣେଶ, କାର୍ତିକ ସମେତ ପାର୍ଶ୍ୱ ଦେବଦେବୀ ପୂଜା ପାଇବେ ୮ଦିନ ଧରି।ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦି ରୁ ତିନିଗୋଟି କଳସ ଘଟୋଉତଳ କରାଯାଇ ବାଜା ବାଣ ରୋଷଣୀରେ ବିଭିନ୍ନ ଗ୍ରାମ ବଜାର ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପୂଜା କାର୍ଯ୍ୟ ରେ କର୍ତା କାର୍ଯ୍ୟ ଜଗନ୍ନାଥ ମହାନ୍ତି, ଲକ୍ଷ୍ମଣ ମହାନ୍ତି, ମନ୍ଦାକିନୀ ମହାନ୍ତି, ସୁମତି ମହାନ୍ତି ତୁଲାଇଥିବା ବେଳେ ପୂଜାରୀ ନାରାୟଣ ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଧବଳେଶ୍ୱର ସମେତ ପାର୍ଶ୍ୱ ଦେବଦେବୀ ଙ୍କ ସମସ୍ତ ସୁନ୍ଦର ମୂର୍ତି କାରିଗର ଲକ୍ଷ୍ମଣ ମହାନ୍ତି,ଶୁଭମ ମହାନ୍ତି ତିଆରି କରିଛନ୍ତି। ପୂଜା ମଣ୍ଡପରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନବଜାର ଶୋଭା ପାଉଛି। ଧବଳେଶ୍ୱର ପୂଜା ପାଇଁ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଉସବ ମୁଖର ହୋଇଥିବା ବେଳେ ଏହି ଧବଳେଶ୍ୱର ପୂଜା ମଣ୍ଡପରେ ବନ୍ତ ଓ ଭଦ୍ରକ ବ୍ଲକ ର ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ୮ଦିନ ଲାଗିଥାଏ ବୋଲି କମିଟି ର ସଭାପତି ଜଗନ୍ନାଥ ମହାନ୍ତି,ସମ୍ପାଦକ ଲକ୍ଷ୍ମଣ ମହାନ୍ତି, ପଦ୍ମନାଭ ସ୍ୱାଇଁ, ଅପର୍ତି ବେହେରା,ଶରତ ମହାନ୍ତି,ସୁରେନ୍ଦ୍ର ସେଠୀ,ରଞ୍ଜନ ବସନ୍ତିଆ, ଜଗନ ମହାନ୍ତି, ଅଜୟ ବେହେରା, ବିଜୟ ବେହେରା, ଗଗନ ବେହେରା ସମେତ ଅନ୍ୟ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande