ମାଲବନ୍ଧଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୪ ନଭେମ୍ବର (ହି.ସ.) - ବନ୍ତ ବ୍ଳକ ମହାନ୍ତିପଡ଼ା ପଂଚାୟତ ବଉଳଡିହ ଗ୍ରାମର ବାବା ମାଲବନ୍ଧଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତ୍ରୀ ଦିବସୀୟ ବ୍ୟାପୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିନରେ ସାଳନ୍ଦୀ ନଦୀର ପଂଚାୟତ ଘାଟରୁ ସୁଦାମ ନାୟକ, ଗୌତମ ସାମଲ,ମନୋଜ ନାୟକ, ପ୍ରଭାତ ନାୟକ, ବିଜୟ
MALBANDHA NKA NUTANA MANDIRA PRATISTA


ଭଦ୍ରକ, ୪ ନଭେମ୍ବର (ହି.ସ.) - ବନ୍ତ ବ୍ଳକ ମହାନ୍ତିପଡ଼ା ପଂଚାୟତ ବଉଳଡିହ ଗ୍ରାମର ବାବା ମାଲବନ୍ଧଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତ୍ରୀ ଦିବସୀୟ ବ୍ୟାପୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିନରେ ସାଳନ୍ଦୀ ନଦୀର ପଂଚାୟତ ଘାଟରୁ ସୁଦାମ ନାୟକ, ଗୌତମ ସାମଲ,ମନୋଜ ନାୟକ, ପ୍ରଭାତ ନାୟକ, ବିଜୟ ବାରିକ, କନ୍ଦ ପୁହାଣ ଓ ସଂଚୟ ନାୟକ ପ୍ରମୁଖଙ୍କ ଦ୍ୱାରା ୨୧ ଗୋଟି କଳସ ଶୋଭାଯାତ୍ରାରେ ଅଣାଯାଇ ସ୍ଥାପନ କରାଯାଇଥିଲା। ପଣ୍ଡିତ ବିଷ୍ଣୁମୋହନ ପାଣିଗ୍ରାହୀ, ଅକ୍ଷୟ ପତି, କିଶୋର ସତପଥି, ପଂଚାନନ କବି ଏବଂ ଭରତ ନାୟକଙ୍କ ତତ୍ୱାବଧାନରେ ଠାକୁରଙ୍କ ସୁନ୍ଦରା କାଣ୍ଡ, ଗ୍ରହ ପୂଜା, ସୂର୍ଯ୍ୟପୂଜା ଆଦି କରାଯାଇ ଶେଷ ଦିନରେ ପୂର୍ଣ୍ଣହୁତି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରାଣୀ ପଣ୍ଡାଙ୍କ ଦ୍ୱାରା ମହିଳା ଦଳ ପାଲା ପରିବେଷଣ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ସ୍ଥାନୀୟ ସରପଂଚ ନିହାର ପଣ୍ଡା, ସମିତି ସଭ୍ୟ ନିର୍ମିଳ ନାୟକ, ପୂର୍ବତନ ସରପଂଚ ସତ୍ୟସାଧନ ବେଜ ଓ ନନ୍ଦକିଶୋର ନାୟକ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ଆଶିଷ ଲାଭ କରିଥିଲେ।ରାଜେନ୍ଦ୍ର ନାୟକ। ରମେଶ ନାୟକ, ସୁକାନ୍ତି ପୁହାଣ, କବିତା ନାୟକ, ଭାରତୀ ନାୟକ, ଗୀତାଂଜଳୀ ନାୟକ, କୌଳାସ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଉମେଶ ନାୟକ ପ୍ରମୁଖ ବିଭିନ୍ନ ଦିବସରେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।ଏହି ପୁଜା ପାଇଁ ଗାଁ ଉତ୍ସଭ ମୁଖର ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande