
ଜୟପୁର,, 4 ନଭେମ୍ବର (ହି.ସ.)ସବୁଦିନ ଭଳି ସେ ଟ୍ୟୁସନ ଯାଇଥିଲା ସକାଳ ୮ଟା ବେଳେ ଯାଇ ୧୦ଟାରେ ଫେରି ଆସିବା କଥା ହେଲେ ସେ ଫେରି ନଥିଲା। ଆରମ୍ଭ ହୋଇଥିଲା ଖୋଜାଖୋଜି କିନ୍ତୁ ମିଳିନଥିଲା ପୁଅ। ସମସ୍ତ ସରକାରି ବିଧି ବ୍ୟବସ୍ଥା ଯେମିତି ସ୍ଥାଣୁ ପାଲଟି ଯାଇଥିଲା ପରିବାରବର୍ଗଙ୍କ ପାଇଁ। ପାଗଳ ପ୍ରାୟ ହୋଇ ଯାଇଥିଲେ ମା ଶେଷରେ ଥାନାର ଆଶ୍ରୟ ନେଇଥିଲେ ମା।
ଜୟପୁର ବାପୁଜିନଗର ଅଞ୍ଚଳର କବିତା ଖରା ହାତରେ ପୁଅର ଫୋଟକୁ ଧରି ଆସିଥିଲେ ଜୟପୁର ଟାଉନଥାନାକୁ। ଗତ ଅକ୍ଟୋବର ୮ ତାରିଖରେ ତାଙ୍କ ୧୩ ବର୍ଷର ପୁଅ ଆୟୁଷ ଖରା ଘର ନିଖୋଜ ରହିଛନ୍ତି। ପରିବାର ଲୋକେଖୋଜିି ଖୋଜି ନୟାନ୍ତ ହୋଇଗଲେଣି କିନ୍ତୁ ପାଇପାରିଲେ ନାହିଁ । ତେଣୁ ଆପଣମାନେ ଆମକୁ ଟିକିଏ ସାହାଯ୍ୟ କରନ୍ତୁ ବୋଲି ଟାଉନଥାନାରେ ଗତ ଅକ୍ଟୋବର ୯ ତାରିଖରେ ଲିଖିତ ଅଭିଯୋଗ ଦେଇଥିଲେ କବିତା। କିନ୍ତୁ ଟାଉନପୁଲିସ ବର୍ତ୍ତମାନ ସୁଦ୍ଧା ନିଖୋଜ ବାଳକକୁ ଖୋଜି ପାଇନଥିବା ଯୋଗୁଁ କବିତା ବାଧ୍ୟ ହୋଇ ଏସପିଙ୍କୁ ଭେଟିଥିଲେ। ଏସପି ରୋହିତ ବର୍ମାଙ୍କୁ ଭେଟି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ସୁଦ୍ଧା ମୋ ପୁଅକୁ ଖୋଜି ପାଇ ନାହାନ୍ତି। ଆମେ ଆପଣଙ୍କୁ ଫୋନ କରିବୁ ବୋଲି ଥାନା ଅଧିକାରି ମାନେ କହୁଛନ୍ତି କିନ୍ତୁ ଘଟଣା ଘଟି ୧ମାସ ବିତିଯାଇଥିଲେ ମଧ୍ୟ କିଛି ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିନାହାନ୍ତି ତେଣୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ କବିତା ଲିଖିତ ଅଭିଯୋଗ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି