
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ଯୁକ୍ତ ଦୁଇ ଏକ୍ସ-ରେଗୁଲାର ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୧ ତାରିଖ ପରେ ଆବେଦନ କଲେ ଫାଇନ ଲାଗିବ। ୧୩ରୁ ୧୮ ତାରିଖ ମଧ୍ୟରେ ଆବେଦନ କଲେ ୨୦୦ ଟଙ୍କା ଫାଇନ୍ ଏବଂ ୧୯ରୁ ୨୧ ତାରିଖ ଭିତରେ ଆବେଦନ କଲେ ୬୦୦ ଟଙ୍କା ଫାଇନ୍ ଲାଗିବ । ଏନେଇ ସମସ୍ତ ଅଧ୍ୟକ୍ଷଙ୍କୁ ସିଏଚଏସଇ ୍ ପରୀକ୍ଷା ନିୟନ୍ତ୍ରକ ଚିଠି ଲେଖି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା