
ଜୟପୁର, ୧୪ ଡିସେମ୍ବର (ହି.ସ.)- ପରବ ୨୦୨୫ ଉପଲକ୍ଷେ ବିଏସଏଫ ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ କ୍ରସ କଣ୍ଟ୍ରି ରନ କୋରାପୁଟ ଆୟୋଜିତ ହୋଇଯାଇଛି I ପୋଲିସ ପଡିଆ କୋରାପୁଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଯୁଗ ବର୍ଗ ଏଥିରେ ଯୋଗଦାନ କରିଥିଲେ I ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରହିତ ବର୍ମା, ବିଏସଏଫ ଡି ଆଇ ଜି ସତ୍ୟବାନ ଖାନ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ I ଦୌଡରେ ପ୍ରାୟ ୯00 ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ I ୫ କିମି ର ଏହି ଦୌଡ ନିମନ୍ତେ ବିଏସଏଫ ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା I ଏହି କ୍ରସ କଣ୍ଟ୍ରି ରନ କୋରାପୁଟର ବିଶେଷ ଆକର୍ଷଣ ଥିଲା ପୁରସ୍କାର ରାଶି, ପ୍ରଥମ ପୁରସ୍କାର ୧0, 000 ଟଙ୍କା, ଦ୍ୱିତୀୟ ପୁରସ୍କାର ୮,000 ଟଙ୍କା, ତୃତୀୟ ପୁରସ୍କାର ୫000 ଟଙ୍କା ର ଚେକ ସହ ମେଡାଲ ଓ ମାନପତ୍ର I ଏହି ଦୌଡ଼ରେ ପୁରୁଷ ବର୍ଗରେ ଦଳମଣି ଚିରଗୁଣ (ବଲାଙ୍ଗୀର ) ପ୍ରଥମ, ରବି ମୁଦୁଲି (କୋରାପୁଟ ) ଦ୍ୱିତୀୟ, ସିଦ୍ଧାର୍ଥ ଗୌତମ ଜେନା (କୋରାପୁଟ )ତୃତୀୟ ସ୍ଥାନ ହାସଲ କରିକରିଛନ୍ତି I
ସେହିପରି ମହିଳା ବର୍ଗରେ ରେ ଦୟାମଣି ହରିଜନ (ଜୟପୁର )ଓ ଦୀପ୍ତି ରାଣୀ ସାହୁ (ଭୁବନେଶ୍ୱର ) ଯୁଗ୍ମ ପ୍ରଥମ, ପୂର୍ଣ୍ଣିମା ସଦିଆଲ (ଭୁବନେଶ୍ୱର ) ଦ୍ୱିତୀୟ, ଅଞ୍ଜନା ଗରଡ଼ା (ଭୁବନେଶ୍ୱର )ତୃତୀୟ ସ୍ଥାନ ଗ୍ରହଣ ହାସଲ କରିଛନ୍ତି I ଏହି ସଫଳ ପ୍ରତିଯୋଗୀଙ୍କୁ ମଞ୍ଚରେ ମେଡାଲ, ମାନପତ୍ର ତଥା ଚେକ ପ୍ରଦାନ କରି ପୁରସ୍କୃତ କରାଯାଇଛି I ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ମାନପତ୍ର ପ୍ରଦାନ କରାଯାଇଥିଲା I ଏହା ସହ ଦୌଡରେ ଉତ୍ସାହିତ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଦାୟିତ୍ୱ ରେ ଥିବା ସୂର୍ଯ୍ୟକାନ୍ତ ବେହେରା, କୋମାଣ୍ଡ ରବୀନ୍ଦ୍ର ସିଂ ଭଣ୍ଡାରୀ, କୋମାଣ୍ଡ ୧୦୮ ବାଟାଲିୟନ ଶ୍ରୀ ସଂଜୟ ଦାସ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଯୋଗ ଦେଇଥିଲେ I ଏଥିରେ ଏନସି, ଅଗ୍ନିଶମ ବିଭାଗ ତଥା ଡାକ୍ତରୀ ଦଳ ଉପସ୍ଥିତ ରହି ସହଯୋଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ପିକେପି