
ଗଞାମ, ୧୪ ଡିସେମ୍ବର (ହି.ସ.)-
ଆସନ୍ତା ୨୩ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଠାରୁ ସରକାର ମଣ୍ଡି ମାଧ୍ୟମରେ ଧାନ କିଣିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ତେବେ ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ବେପାରୀ ଓ ଦଲାଲ ମାନେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣିବାକୁ ଉଦ୍ୟମ କରୁଥିବାରୁ ଜିଲା ପ୍ରଶାସନ ଯୋଗାଣ ବିଭାଗ ଓ ପୁଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ