ଅଖିଳ ଭାରତୀୟ ଗ୍ରାହକ ପଂଚାୟତର ଗ୍ରାହକ ପକ୍ଷ ପାଳନ ଆରମ୍ଭ
ବଲାଙ୍ଗୀର, ୧୫ ଡିସେମ୍ବର(ହି.ସ.) – ଆଜି ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ(ସଂଘ କାର୍ଯ୍ୟଳୟ) ଠାରେ ବଲାଙ୍ଗୀର ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଶାଖା ତରଫରୁ ‘ଗ୍ରାହକ ପଖୱାଡ଼ା''(ଗ୍ରାହକ ପକ୍ଷ) ପାଳନ ପାଇଁ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ବାୟୋଜେଷ୍ଟ ଅଧି
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଗ୍ରାହକ ପକ୍ଷ ପାଳନ ଆରମ୍ଭ


ବଲାଙ୍ଗୀର, ୧୫ ଡିସେମ୍ବର(ହି.ସ.) – ଆଜି ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ(ସଂଘ କାର୍ଯ୍ୟଳୟ) ଠାରେ ବଲାଙ୍ଗୀର ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଶାଖା ତରଫରୁ ‘ଗ୍ରାହକ ପଖୱାଡ଼ା'(ଗ୍ରାହକ ପକ୍ଷ) ପାଳନ ପାଇଁ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ବାୟୋଜେଷ୍ଟ ଅଧିବକ୍ତା ତଥା ପଂଚାୟତର ପୂର୍ବତନ ସମ୍ପାଦକ ପୂଜା ଅର୍ଚ୍ଚନା ପ୍ରଦୀପ ପ୍ରଜ୍ୱଳନ କରି ପକ୍ଷ କାର୍ଯକ୍ରମକୁ ଆରମ୍ଭ କରିଥିଲେ। ପୂର୍ବତନ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ତଥା ବର୍ତମାନ କାର୍ଯ୍ୟକାରିଣୀ ସଦସ୍ୟ ଅଧିବକ୍ତା ଶଶି ଭୂଷଣ ପୁରୋହିତ ମୁଖ୍ୟ ଅଟିଥି ଭାବାରେ ଯୋଗଦେଇ ପଂଚାୟତର କାର୍ଯ୍ୟପ୍ରଣାଳୀରେ ବିସ୍ତାର କରି ଗ୍ରାହକ ପଂଚାୟତକୁ ଲୋକଙ୍କ ସମସ୍ୟାର ନିରାକରଣ ଦିଗରେ କାମ କରିବାକୁ ମତ ଦେଉଥିଲେ। ଏହି ପକ୍ଷ ପାଳନ ଭିତରେ ବିଭିନ୍ନ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରାହକ ବିଷୟକ ସଚେତନତା ସୃଷ୍ଟି ପାଇଁ ଗ୍ରାହକ ପଂଚାୟତ ସଚେତନ ସଭା ଓ ବିଭିନ୍ନ ସମୟରେ ହେଉଥିବା ସାଇବର ଅପରାଧରେ ସଚେତନ ରହି ମୋବାଇଲ ବ୍ୟବହାରକାରୀମାନଙ୍କୁ ସଚେତନ କରିବା ଉପରେ ମତାମତ ଆସିଥିଲା। କୌଣସି ଏଭଳି ପରିସ୍ଥିତିରେ କଲ୍ ଆସିଥିବା ମୋବାଇଲ୍‌ରେ କଥା ଜାରିରଖି ଅନ୍ୟ ମୋବାଇଲରୁ ୧୯୩୦ ନମ୍ବର ସହିତ ଯୋଗାଯୋଗ କରି ସାହାଯ୍ୟ ନେବାକୁ ମତପ୍ରକାଶ ପାଇଥିଲା।

ପଂଚାୟତ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ଗୋଟିଏ ଗ୍ରାହକ ସହଯୋଗ କେନ୍ଦ୍ର ସ୍ଥାପନ ପାଇଁ ସଭ୍ୟମାନଙ୍କ ମତ ହେବା ସହିତ ଏ ଦିଗରେ ଆଗକୁ ପ୍ରଚେଷ୍ଟା କରିବାକୁ ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ସହୁ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, କାର୍ଯ୍ୟକାରୀ ସଦସ୍ୟ ଗୋବର୍ଦ୍ଧନ ପାଣ୍ଡିଆ, ଇଂଜିନିୟର ଉମାଶଙ୍କର ସାହୁ, ନିହାରିକା ମିଶ୍ର ସଦସ୍ୟ ପ୍ରଦୀପ କୁମାର ସାହୁ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରାକ ପ୍ରସ୍ତୁତି ଆଲୋଚନାରେ ମତ ରଖିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande