ମୋକିମ ଯାହା ଚାହୁଁଥିଲେ ତାହାହିଁ ହେଲା - କଂଗ୍ରେସ
ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କାର ବିଷୟକୁ ନେଇ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯାହା ସମ୍ଭବତଃ ଶ୍ରୀ ମୋକିମ ଚାହୁଥିଲେ, ତାହା ହିଁ ହେଲା; ଶ୍ରୀମତୀ ସୋନିଆ
ହଗୂଦ


ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କାର ବିଷୟକୁ ନେଇ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯାହା ସମ୍ଭବତଃ ଶ୍ରୀ ମୋକିମ ଚାହୁଥିଲେ, ତାହା ହିଁ ହେଲା; ଶ୍ରୀମତୀ ସୋନିଆ ଗାନ୍ଧିଙ୍କୁ ସେ ଲେଖୁଥିବା ଚିଠିଟିକୁ ପଢ଼ନ୍ତୁ, ହି ୱାଜ୍ ଜଷ୍ଟ ଇନ୍‌ଭାଇଟିଂ ଏକ୍ସପଲ୍‌ସନ୍ । ନିଜକୁ ସଚା କଂଗ୍ରେସ କର୍ମୀ ବୋଲାଉଥିବା ଜଣେ ରାଜନେତା ରାହୁଲ ଓ ଖଡ୍‌ଗେଙ୍କୁ ବିଦ୍ରୁପ କରି ଦଳରେ ରହିବା ସମ୍ଭବ କି? ଏହି ବ୍ୟାଖ୍ୟାନକୁ ଗୁରୁତ୍ୱ ନ ଦେଇ ରାଜ୍ୟର ତଥ୍ୟାଭିଜ୍ଞ ମହଲ ଓ ଗଣମାଧ୍ୟମ 'ଭକ୍ତଙ୍କ ପାଇଁ ଅଡ଼ୁଆ ବ୍ୟାଖ୍ୟାନ ଉପରେ ୫ ଦିନ ଧରି ଏହାକୁ ଚଲେଇଥିଲେ। ଯେତେବେଳେ ସାରା ଦେଶର କଂଗ୍ରେସ ନେତା ଓ କର୍ମୀ ଦିଲ୍ଲୀର ରାମଲୀଳା ମୈଦାନଠାରେ ୧୪ ତାରିଖର 'ଭୋଟ୍ ଚୋର ଗାଦି ଛାଡ଼' ପାଇଁ ବ୍ୟାପକ ପ୍ରସ୍ତୁତିରେ ମାତିଥିଲେ ସେତେବେଳେ ବିଜେପିର ବ୍ୟାଖ୍ୟାନକୁ ଆଗକୁ ନେବା ପାଇଁ ମାତିଥିଲେ? ବିଜେପି ଦ୍ୱାରା ସୃଷ୍ଟ ଚକ୍ରାନ୍ତର ଅଂଶବିଶେଷ। ନିଜ ଦଳର ବର୍ଷୀୟାନ ସଭାପତିଙ୍କ ପ୍ରତି ଅସୌଜନ୍ୟମୂଳକ ଟିପ୍ପଣୀ ଦେଉଥିବା ରାଜନେତାଙ୍କୁ ଆମେ ଦଳପ୍ରତି ସମର୍ପିତ କ? ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା କେଉଁ ପ୍ରକାରର ଆନୁଗତ୍ୟ? ଯେଉଁ ଦଳରୁ ସେ ଓ ପରେ ତାଙ୍କ ଝିଅ ବିଧାୟକ ହେଲେ ସେହି ଦଳକୁ ଛାଡ଼ିବା ଉଚିତ୍ କି?

ଗତ ୧୦ ମାସରେ ଭକ୍ତ ଦାସ ପିସିସି ସଭାପତି ହେବା ଦିନଠାରୁ ରାଜ୍ୟରେ କଂଗ୍ରେସ ଆଗେଇଛି କି ପଛେଇଛି, ଏକ ଅନାସକ୍ତ ଓ ନିର୍ଲିପ୍ତ ବିଚାର ରଖିଲେ ଯେ କେହି ଜାଣିପାରିବ। ମହତ୍ତ୍ୱାକାଂକ୍ଷା ଖରାପ ନୁହେଁ । କିନ୍ତୁ ଅନ୍ୟକୁ ଛୋଟ କରି ଦେଖାଇ ନିଜକୁ ବଡ଼ ଦେଖାଇବାର କିଛି ମାନେ ନାହିଁ । ସେ ନିଜେ ପ୍ରଥମେ କଟକରେ ଦଳକୁ ଦୃଢ଼ କରିଛନ୍ତି କି? କଟକ ଚୌଦ୍ୱାର ଓ କଟକ ସଦରର ବିକଳ ସ୍ଥିତିକୁ ଯିଏ କଟକ ନିଜ ଜିଲ୍ଲାରେ କଂଗ୍ରେସକୁ ଉଧେଇପାରିଲେ ନାହିଁ, କେମିତି ପୂରା ରାଜ୍ୟରେ ଦଳର ନେତା ହେବେ? ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ସସ୍ପେଣ୍ଡ ହୋଇଥିଲେ । ୨୦୨୪ ନିର୍ବାଚନରେ କାହିଁକି ଲଢ଼ିପାରିଲେ ନାହିଁ? ଓଡ଼ିଶା ହାଉସିଂ ଆଣ୍ଡ ଡେଭେଲପମେଂଟ କରପୋରେସନ ଲୋନ୍ ଫ୍ରଡ ମାମଲା । ତେଣୁ କଂଗ୍ରେସ ଦଳ ଏବଂ ଏହାର ସର୍ବମାନ୍ୟ ନେତାଙ୍କ ଉପରେ ଆଙ୍ଗୁଳି ନିର୍ଦେଶ କରିବା ଆଗରୁ ନିଜର ରାଜନୈତିକ ବିସ୍କେସଣ କରିବା ଉଚିତ ବୋଲି ଅଧ୍‌ଯକ୍ଷ ଶ୍ରୀ ଦାସ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande