ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୨ ଡିସେମ୍ବର (ହି.ସ.)- ଘନ କୁହୁଡ଼ି ନେଇ ଆଗାମୀ ୫ ଦିନ ପାଇଁ କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଅର୍ଥାତ୍ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା
ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୨ ଡିସେମ୍ବର (ହି.ସ.)- ଘନ କୁହୁଡ଼ି ନେଇ ଆଗାମୀ ୫ ଦିନ ପାଇଁ କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ୨ ଦିନ ଅର୍ଥାତ୍ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର, କନ୍ଧମାଳ । ଏହାର ପରବର୍ତୀ ତିନି ଦିନ ଅର୍ଥାତ୍ ୨୪ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରୁ ୨୦୦ ମିଟର ମଧ୍ୟରେ ରହିପାରେ । ପରବର୍ତୀ ୨ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande