
ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - କେନ୍ଦ୍ର ବିଜେପି ସରକାର ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେବା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଧାରଣା କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଜେନା କହିଲେ ଯେ କେନ୍ଦ୍ର ସରକାର ଚକ୍ରାନ୍ତକରି ଉପରୋକ୍ତ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେଇ ଭାରତର କୋଟି କୋଟି ଜନସାଧାରଣଙ୍କ ଭାବାବେଗ ପ୍ରତି ଆଘାତ ପହଞ୍ଚାଇଛନ୍ତି ଏବଂ ହିତାଧିକାରୀଙ୍କ ଅଧିକାରଙ୍କୁ ସଂକୁଚିତ କରିଛନ୍ତି । ଫଳରେ ଲାଭବାନ ହେଉଥିବା ଗରିବ ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଖୁବଶୀଘ୍ର ପୂର୍ନବିଚାର କରାଯାଇ ଏହି ଆଇନକୁ ପୂର୍ବଭଳି ଅକ୍ଷୁର୍ଣ୍ଣ ରଖିବାକୁ ଶ୍ରୀ ଜେନା ଦାବି କରିଥିଲେ।
କାର୍ଯ୍ୟକ୍ରମ ପରେ ଶ୍ରୀ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଡିଏମଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, କିଶୋର ଜେନା, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା