କାଳିଆ ଗାଁ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର
ଜୟପୁର, ୨୨ ଡିସେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କାଳିଆ ଗାଁ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର ଆଜି ଦିନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟା ସମୟରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ଜିପିଓ ସୁବାସ ଖିଲ, ଆକାଉଣ୍ଟ ଅଫି
କାଳିଆ ଗାଁ ଠାରେ  ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର


ଜୟପୁର, ୨୨ ଡିସେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କାଳିଆ ଗାଁ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର ଆଜି ଦିନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟା ସମୟରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ଜିପିଓ ସୁବାସ ଖିଲ, ଆକାଉଣ୍ଟ ଅଫିସର ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଅଙ୍ଗନବାଡି କେନ୍ଦ୍ର ମରାମତି, ନଳକୁପ ଖନନ, ଡ୍ରେନ ନିର୍ମାଣ, ପାନୀୟ ଜଳ ଯୋଗାଣ ଉପରେ ଦାବି କରାଯାଇଥିଲା । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ସଚେତନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande