
ସମ୍ବଲପୁର, ୨୨, ଡିସେମ୍ବର (ହି.ସ.) - ସମ୍ବଲପୁର ସହରର ଧନୁପାଲି ସ୍ଥିତ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ସଭାପତି ଡ଼. ଦେବେନ୍ଦ୍ର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ଭାବେ ମଂଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ମହୋଦୟ ଅତିଥିଙ୍କ ପରିଚୟ ସହ ଦିବସର ଆଭିମୁଖ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଗଣିତ ପ୍ରମୁଖ ଦଶରଥ ବେହେରା ଗଣିତ ଦିବସର ବୃତକଥନ ଉପସ୍ଥାପନା କରିଥିଲେ। ମୁଖ୍ୟବକ୍ତା ପ୍ରିୟବ୍ରତ ନାଥ, ଶ୍ରୀନିବାସ ରାମାନୁଜମଙ୍କ ଅସାଧାରଣ ପ୍ରତିଭା ବିଷୟରେ ପୁଙ୍ଖାନୁପୁଙ୍ଖ ଅବତାରଣା କରିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜର ଗଣିତ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଣିତ ଦିବସର ଉଦେଶ୍ୟ ସହିତ ପ୍ରତ୍ୟେକ ଗୁରୁଜୀ ଗୁରୁମା ଗଣିତ କାଳାଂଶ କୁ ଗୀତ ଓ ଗପ ମାଧ୍ୟମରେ ପାଠ କଲେ ଶିଶୁ ମାନେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ସଭା ପୂର୍ବରୁ ହୋଇଥିବା ବିଭିନ୍ନ ଗଣିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ