ହୀରାଖଣ୍ଡ ସାମ୍ମୁଖ୍ୟର ତୃତୀୟ ସାଧାରଣ ନିର୍ବାଚନ
ହୀରାଖଣ୍ଡ ସାମ୍ମୁଖ୍ୟର ତୃତୀୟ ସାଧାରଣ ନିର୍ବାଚନ
ହୀରାଖଣ୍ଡ ସାମ୍ମୁଖ୍ୟର ତୃତୀୟ ସାଧାରଣ ନିର୍ବାଚନ


ହୀରାଖଣ୍ଡ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିର୍ବାଚିତ


ସମ୍ବଲପୁର, ୨୨, ଡିସେମ୍ବର (ହି.ସ.) ଓଡିଶା ସାଂସ୍କୃତିକ ସମାଜ ସମ୍ବଲପୁରର ସଭା କକ୍ଷରେ ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପାଟଯୋଷୀ ଓ ଦୀନବନ୍ଧୁ ପଣ୍ଡାଙ୍କ ପରିଚାଳନାରେ ଆଜି ହୀରାଖଣ୍ଡ ସାମ୍ମୁଖ୍ୟ ସମ୍ବଲପୁରର ତୃତୀୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏହି ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ନିର୍ବାଚିତ ହୋଇଥିବା ସଭ୍ୟମାନଙ୍କ ମଧ୍ୟରେ ସଭାପତି ଭାବେ ସଞ୍ଜୟ ବାବୁ, ଉପସଭାପତି ଭାବେ

ଦୀପକ କୁମାର ପଣ୍ଡା ଓ

ଅରବିନ୍ଦ ନାୟକ ନିର୍ବାଚିତ ହୋଇଛନ୍ତି । ଏତଦ୍ ବ୍ୟତୀତ ସାମୁଖ୍ୟର ସମ୍ପାଦକ ଭାବେ

ଲଳିତ ମୋହନ ବେବର୍ତ୍ତା, ସହ ସମ୍ପାଦକ ଭାବେ ତର୍ପଣ କୁମାର ପ୍ରଧାନ, ସୁରେଖା ସାହୁ, କୋଷାଧ୍ୟକ୍ଷ ଭାବେ ଯୋଗେଶ ପ୍ରସାଦ ହୋତା ନିର୍ବାଚିତ ହୋଇଛନ୍ତି । ଏତଦ୍ ବ୍ୟତିତ କାର୍ଯ୍ୟକାରୀ ସମିତି ପାଇଁ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ମହାପାତ୍ର, ଅର୍ଜୁନ ରଂଜନ ପଣ୍ଡା, ପ୍ରଫୁଲ୍ଲ ହୋତା, ପରେଶ ଚନ୍ଦ୍ର ଦାନୀ, ରାମାନୁଜ ପଣ୍ଡା, ଅଶୋକ ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, କୈଳାଶ ମିସ୍ତ୍ରୀ, ବୋଧରାମ ଦାଶ, ପ୍ରଶାନ୍ତ କୁମାର ପାଟଯୋଷୀ, ଦୀନବନ୍ଧୁ ପଣ୍ଡା, ଡ. ହରିଶଙ୍କର ପଣ୍ଡା, କୃଷ୍ଣଚନ୍ଦ୍ର ବାଗ୍, ପ୍ରମୋଦ କୁମାର ପଟ୍ଟନାୟକ, ରାଜେଶ ବେହେରା, ଡ. ସତ୍ୟ ନାରାୟଣ ଠାକୁର, ବିପ୍ଲବ ଡନସନା, କମଳ ଲୋଚନ ପଣ୍ଡା, ଅମରେଶ ବେହେରା, ସ୍ବାଧୀନ ନାୟକ, ଅଜୟ କୁମାର ନାଥ, କଳ୍ପନା ମିଶ୍ର ଓ ବିଜୟ ଲକ୍ଷ୍ମୀ ବେହେରା ରହିଛନ୍ତି। ନିର୍ବାଚନ ଶେଷ ହେବା ପରେ ନିର୍ବାଚିତ ସଭ୍ୟ ମାନେ ପ୍ରଥମେ ସତ୍ୟ ପାଠ କରିଥିଲେ। ପରେ ବରିଷ୍ଠ ସଭ୍ୟ ଅରବିନ୍ଦ ମହାପାତ୍ର, ଅର୍ଜୁନ ରଂଜନ ପଣ୍ଡା, ପ୍ରଫୁଲ୍ଲ ହୋତା, ଡ. ପରେଶ ଚନ୍ଦ୍ର ଦାନୀ ଓ ରାମାନୁଜ ପଣ୍ଡା ପ୍ରମୁଖ ଅନୁଷ୍ଠାନ କୁ କର୍ମ ଚଞ୍ଚଳ ରଖି ଅନୁଷ୍ଠାନ ର ଲକ୍ଷ୍ୟ ପୂରଣ ପାଇଁ ନିଆ ଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମାର୍ଗଦର୍ଶନ କରି କରାଇଥିଲେ। ନିର୍ବାଚିତ ଅଭିଞ୍ଜ ସଭାପତି ଓ ସମ୍ପାଦକ ସମସ୍ତ ସଭ୍ୟଙ୍କ ସହଯୋଗ କାମନା କରି ସମ୍ବଲପୁରୀ ଭାଷାର ପ୍ରଚାର ଓ ପ୍ରସାର ସହ ହୀରାଖଣ୍ଡ ରାଜ୍ୟ ଦାବିକୁ ନେଇ ଜୋରଦାର ଉଦ୍ୟମ କରିବାକୁ ହେବ, ମା' ମାଟି ର ଉନ୍ନତି ପାଇଁ ପଛଘୁଞ୍ଚା ଦେବୁ ନାହିଁ ବୋଲି ଉପସ୍ଥିତ ମହଲ ପ୍ରତିଶ୍ରୁତି ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande