ଡାଲଚିନି ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୨ ଡିସେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡାଲଚିନି ଉପକାରିତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ''ଡାଲଚିନି ଛାଲି, ପତ୍ର, ତେଲ ଔଷଧ ରୂପରେ ବ୍ୟବହାର ହୁଏ
ଡାଲଚିନି ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର


ଗଞ୍ଜାମ, ୨୨ ଡିସେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡାଲଚିନି ଉପକାରିତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, 'ଡାଲଚିନି ଛାଲି, ପତ୍ର, ତେଲ ଔଷଧ ରୂପରେ ବ୍ୟବହାର ହୁଏ। ଶୀତଦିନିଆ କାଶ, ଶ୍ୱାସ, ଯକ୍ଷ୍ମା, ମୂତ୍ରକୃଚ୍ଛ୍ର, ଅନାର୍ତ୍ତବ ପାଇଁ ବ୍ୟବହାର ହୁଏ। ତେଲ ବ୍ରଣ କ୍ଷତରେ ଲଗାଇଲେ ଭଲ ହୁଏ । ଲିଙ୍ଗରେ ଲଗାଇଲେ ଉତ୍ତେଜନା ଆସେ। ଏହା ନାଡୀ ଦୁର୍ବଳ, ପକ୍ଷାଘାତରେ ଖାଇଲେ, ଲଗାଇଲେ ଭଲହୁଏ। ଅଗ୍ନିମାନ୍ଦ୍ୟ, ଅରୁଚି, ଆମଦୋଷ, ପେଟବ୍ୟଥା, ଦୁର୍ବଳତା, ରକ୍ତ ଅଶୁଦ୍ଧି, ଲାଳଝାଡ଼ା, ଅର୍ଶରୋଗରେ କାମକରେ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ। ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande