ଚାମ୍ବର ଅଫ କମର୍ସ ପକ୍ଷରୁ ନବରଙ୍ଗପୁର ସାପ୍ସସଦଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ୨୪ ଡିସେମ୍ବର (ହି.ସ.) - ଜୟପୁର ଚାମ୍ବର ଅଫ କମର୍ସର କର୍ମକର୍ତା ଓ ସହରର ବ୍ୟବସାୟୀ ମାନେ ନବରଙ୍ଗପୁର ସାପ୍ସସଦ ବଳଭଦ୍ର ମାଝିଙ୍କୁ ନିମନ୍ତ୍ରଣ କରିବାସହ ଦାବି ଜଣାଇଛନ୍ତି। ଜୟପୁର ଠାରୁ ନବରଙ୍ଗପୁର ଓ ମାଲକାନଗିରି ପର୍ଯ୍ୟନ୍ତ ରେଳଲାଇନ ସପ୍ସପ୍ରସାରଣ ହେବା ନେଇ ୧୦ ବର୍ଷ ହେଲା ଘୋଷଣା ହୋଇଥି
ଚାମ୍ବର ଅଫ କମର୍ସ ପକ୍ଷରୁ ନବରଙ୍ଗପୁର ସା˚ସଦଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର, ୨୪ ଡିସେମ୍ବର (ହି.ସ.) - ଜୟପୁର ଚାମ୍ବର ଅଫ କମର୍ସର କର୍ମକର୍ତା ଓ ସହରର ବ୍ୟବସାୟୀ ମାନେ ନବରଙ୍ଗପୁର ସାପ୍ସସଦ ବଳଭଦ୍ର ମାଝିଙ୍କୁ ନିମନ୍ତ୍ରଣ କରିବାସହ ଦାବି ଜଣାଇଛନ୍ତି। ଜୟପୁର ଠାରୁ ନବରଙ୍ଗପୁର ଓ ମାଲକାନଗିରି ପର୍ଯ୍ୟନ୍ତ ରେଳଲାଇନ ସପ୍ସପ୍ରସାରଣ ହେବା ନେଇ ୧୦ ବର୍ଷ ହେଲା ଘୋଷଣା ହୋଇଥିଲେ ହେଁ ଆଜି ସୁଦ୍ଧା କାର୍ଯ୍ୟକାରି ହୋଇ ପାରିଲା ନାହିଁ ତେଣୁ ତୁରନ୍ତ ଟ୍ରେନ ଲାଇନ କାମ ଆଗେଇବା, ଜଗଦଲପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନ୍ୟ ଏକ ଟ୍ରେନ ଚାଲୁ କରିବା, ଜଗଦଲପୁର ଠାରୁ ବିଶାଖାପାଟଣା ଯାଉଥିବା ଟ୍ରେନକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସପ୍ସପ୍ରସାରଣ କଲେ ଏଠାକାର ଲୋକେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପକୃତ ହୋଇପାରିବେ, ଜୟପୁରରେ ଏଏମସ ଲେଭେଲ ହସ୍ପିଟାଲ ନିର୍ମାଣ କଲେ କୋରାପୁଟ, ନବରଙ୍ଗପୁର,ମାଲକାନଗିରି, ରାୟଗଡା ଏବପ୍ସ ଛତିଶଗଡ ଅଂଚଳର ରୋଗି ଉପକୃତ ହୋଇପାରିବେ, ବିମାନ ବନ୍ଦର ସପ୍ସପ୍ରସାରଣ କଲେ ଜୟପୁର ସହରରେ ବ୍ୟବସାୟ,ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହେବା ସହ ବଡ ବଡ ବ୍ୟବସାୟୀ ମାନେ ଧନ ନିବେସ କରି ବ୍ୟବସାୟକୁ ଆଗକୁ ନେଇପାରିବେ,ଜୟପୁର ପୋଷ୍ଟ ଅଫିସରେ ପାସପୋର୍ଟ ସେବା ଯୋଗାଇଦେବା ନେଇ ଦାବି ଜଣାଇଥିଲେ। ଉକ୍ତ ଦାବି ଗୁଡିକ ପୁରଣ ହେଲେ ଜୟପୁର ବ୍ୟବସାୟିକ ସପ୍ସଘ ଉପକୃତ ହୋଇପାରିବେ ବୋଲି ଚାମ୍ବର ଅଫ କମର୍ସର କର୍ମକର୍ତା ମାନେ ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande