
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- 'ଭାରତ ରତ୍ନ' ମହାମନା
ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଭାରତୀୟ ସଂସ୍କୃତିର ଅନନ୍ୟ ସେବକ, ମହାନ
ଶିକ୍ଷାବିତ୍ ତଥା 'ଭାରତ ରତ୍ନ' ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀ ଅବସରରେ ବିନମ୍ର
ଶ୍ରଦ୍ଧାଞ୍ଜଳି।
କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି
ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଗଠନ କରି ସେ ଜାତିକୁ ଜ୍ଞାନ ଓ ସଂସ୍କାରର ଏକ ନୂତନ ମାର୍ଗ
ଦେଖାଇଛନ୍ତି। ସାହିତ୍ୟ, ସାମ୍ବାଦିକତା
ଏବଂ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଆମ ସମସ୍ତଙ୍କ ପାଇଁ ଶକ୍ତି ଓ
ସଂକଳ୍ପର ଆଧାର। ରାଷ୍ଟ୍ର ନିର୍ମାଣ ଦିଗରେ ତାଙ୍କର ଉଚ୍ଚ ଆଦର୍ଶ ଓ ଦୂରଦୃଷ୍ଟି ସର୍ବଦା
ପ୍ରେରଣାଦାୟୀ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା