
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବୁର୍ଲାରେ ସୁଶାସନ ଦିବସ
ଅବସରରେ ଆୟୋଜିତ ମାରାଥନରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ବୁର୍ଲା ଠାରେ ଭାରତରତ୍ନ
ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ତଥା 'ସୁଶାସନ ଦିବସ' ଅବସରରେ ଆୟୋଜିତ ମାରାଥନରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କଲି
। ଅଟଳ ବିହାରୀ ଜୟନ୍ତୀ ସମିତି ଏବଂ ଜିଲ୍ଲା
ପ୍ରଶାସନର ଏହି ମିଳିତ ପ୍ରୟାସରେ ଆୟୋଜିତ ଗଣଦୌଡରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀଙ୍କ ଅଦମ୍ୟ ଉତ୍ସାହ ପ୍ରଶଂସନୀୟ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୁଶାସନ
କେବଳ ସରକାରୀ ଦାୟିତ୍ୱ ନୁହେଁ, ଏଥିରେ
ସମାଜର ପ୍ରତିଟି ବର୍ଗର ସହଯୋଗ ଅପରିହାର୍ଯ୍ୟ । ଆମେ ଆଜିର ପବିତ୍ର ଅବସରରେ ସମ୍ବଲପୁର
ଜିଲ୍ଲାରେ ସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ
କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ନୂତନ ସଂସ୍କୃତିର
ଆରମ୍ଭ କରିବା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବୁର୍ଲା
ସ୍ଥିତ 'ଅଟଳ ଉଦ୍ୟାନ'କୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ସମସ୍ତେ
ସାମୂହିକ ଉଦ୍ୟମ କରିବା । ଆମ ରାସ୍ତାଘାଟ, ଘର ଓ ଅଗଣାକୁ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପ ନେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା