
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବୁର୍ଲାରେ ପୂର୍ବତନ
ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 101 ତମ ଜନ୍ମ ଜୟନ୍ତୀ ମହାସମାରୋହରେ
ପାଳନ ହେଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ
ଓ ଦାୟିତ୍ଵ ବି ଓଡ଼ିଶା ପ୍ରତି ଅନେକ ଅଛି । ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ମହାବାତ୍ୟା
ପରେ ଓଡ଼ିଶାର ମେରୁଦଣ୍ଡ ସଲଖିଳା । ସେତେବେଳେ ଅଟଳ ଜୀ କହିଥିଲେ, ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ପାରାଦ୍ଵୀପର ଅଏଲ
ରିଫାଇନାରୀ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଅନେକ ବଡ଼ ବଡ଼ ଜଳସେଚନ ପ୍ରକଳ୍ପ ଅଟଳ ବିହାରୀ
ବାଜପେୟୀଙ୍କ ଦାୟିତ୍ଵ ଥିଲା । ଆଜି ତାଙ୍କୁ ମାନେ ପକାଇ ତାଙ୍କର ଅମର ଆତ୍ମା, ତାଙ୍କର ଜୀବନ ଆଦର୍ଶରେ ସମସ୍ତଙ୍କୁ ପ୍ରେରିତ କରୁ ବୋଲି ମାଆ
ସମଲେଇଙ୍କ ପାଖରେ ପ୍ରାର୍ଥନା । ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ
କରାଯାଉଛି । ଆଜି ସେଥିପାଇଁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ନାଉରୀ ନାଏକ ଏକାଠି ହୋଇଥିଲେ । ସମସ୍ତେ ସଂକଳ୍ପ ନେଲେ ଯେ ସୁଶାସନ
କେବଳ ଭାଷଣର ବିଷୟ ହେବା ଉଚିତ୍ ନୁହେଁ । ସହରକୁ ବି ସୁଶାସନରେ ଯୋଡ଼ିବାକୁ ପଡ଼ିବ । ସହରର
ସ୍ୱାସ୍ଥ୍ୟକୁ ଦେଖିବା ପାଇଁ ପଡିବ । ସହରରେ ପୁଷ୍ଟିକର ଖାଦ୍ୟ ଅଙ୍ଗନବାଡ଼ି ଓ ସରକାରୀ ସ୍କୁଲରେ
ପିଲା ମାନଙ୍କୁ ମିଳୁ । ତେଣୁ ଫୁଲ ବଦଳରେ ଫଳ ଉପହାର ଭାବେ ଦିଆଯାଉ । ଫୁଲ ମନ୍ଦିର ପାଇଁ ଓ ଅନ୍ୟାନ୍ୟ
ବଡ଼ ବଡ଼ କାର୍ଯ୍ୟକ୍ରମରେ ଲଗାଯାଉ । କାରଣ ଉପହାର ଭାବେ ଦିଆଯାଉଥିବା ଫୁଲତୋଡ଼ା ଅଳ୍ପ ସମୟ ପରେ
ତାର ମୂଲ୍ୟ କିଛି ରହୁନାହିଁ । ତେଣୁ ତା ବଦଳରେ ଯଦି ଗୋଟିଏ ଫଳ ଟୋକିରି ଦିଆଯିବ, ତାକୁ ଅଙ୍ଗନବାଡ଼ି ଓ ସରକାରୀ ସ୍କୁଲରେ ପହଞ୍ଚା ଯାଇପାରିବ । ଛୋଟ
ଛୋଟ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ମିଳିପାରିବ । ଏ ନେଇ କିଛି ଦିନ ତଳେ ସମସ୍ତଙ୍କୁ ଆହ୍ଵାନ
ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ଯାହାକି ଏବେ ଧୀରେ ଧୀରେ ଜନ ଆନ୍ଦୋଳନର ରୂପ ନେବା ଆରମ୍ଭ କଲାଣି
। ଏହାସହ ସମ୍ବଲପୁର ସହରକୁ ସ୍ୱଚ୍ଛ ରଖିବା । ଅନେକ ବିକାଶ କାମ ହେଉଛି । କିନ୍ତୁ ବିନା ଲୋକଙ୍କ
ସହଯୋଗରେ ସହର ସ୍ୱଚ୍ଛ ହୋଇପାରିବ ନାହିଁ । ଗତ ଥର ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣରେ ସମ୍ବଲପୁରର
ନମ୍ବର ପଢିଥିଲା । ତେବେ ଏଥିରେ ସମ୍ବଲପୁରର ଆହୁରି ଅଧିକ ନମ୍ବର ବଢ଼ୁ ଓ ସହର ଆହୁରି ଆଗକୁ ଯାଉ
ଏହା ଆମର ଯୋଜନା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା