
ଭୁବନେଶ୍ୱର ,25 ଡିସେମ୍ବର (ହି.ସ.) ରାଜ୍ୟର ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସେବା ଅବାଧ ରଖିବା ଓ ଜନସ୍ୱାର୍ଥକୁ ସର୍ବୋପରି ଧ୍ୟାନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ କରିଛନ୍ତି। ଏହି ଆଲୋଚନା ବୈଠକର ଫଳାଫଳ ସକାରାତ୍ମକ ରହିଛି।
ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ରଖି ଥିବା ଦାବି ଗୁଡିକୁ ସମ୍ମାନ ଜଣାଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇ ଦାବି ଗୁଡିକର ଅନୁଧ୍ୟାନ କରାଯାଇ ସକାରାତ୍ମକ ପଦକ୍ଷେପ ନିଆ ଯିବ। ଲୋକ ମାନଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ସଙ୍ଘ ତରଫରୁ ନିଆଯାଇଥିବା ଆନ୍ଦୋଳନରୁ ନିବୃତ ରହିବାକୁ ସେ ଅନୁରୋଧ କରିଥିଲେ।
ବୈଠକ ଶେଷରେ ଡାକ୍ତର ସଙ୍ଘ ପକ୍ଷରୁ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାର ସହ ଆଲୋଚନା ଜାରି ରଖିବା ଏବଂ ସ୍ୱାସ୍ଥ୍ୟ ସେବା ଅବାଧ ଭାବେ ଜାରୀ ରଖିବା ଦିଗରେ ସକାରାତ୍ମକ ମନୋଭାବ ପ୍ରକାଶ କରାଯାଇଛି।
ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅସ୍ବଥି ଏସ, ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ