ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ
ଜୟପୁର, ୨୫ ଡିସେମ୍ବର (ହି.ସ.)- ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି I କୋରାପୁଟ ସଦଭାବନା ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ଆୟୋଜନରେ ଜିଲ୍ଲାପାଳ ମନୋଜ ସତ୍ୟୱIନ ମହାଜନ ସଭାପତିତ୍ୱ କରିଥିଲେ I ଏହି ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଜିତ କୁମ
ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ


ଜୟପୁର, ୨୫ ଡିସେମ୍ବର (ହି.ସ.)- ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି I କୋରାପୁଟ ସଦଭାବନା ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ଆୟୋଜନରେ ଜିଲ୍ଲାପାଳ ମନୋଜ ସତ୍ୟୱIନ ମହାଜନ ସଭାପତିତ୍ୱ କରିଥିଲେ I ଏହି ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ସମ୍ମାନିତ ଅତିଥି ଭାବରେ ବିଧାୟକ ରଘୁ ରାମ ମାଛ ଯୋଗ ଦେଇଥିଲେ I ଏକ ସ୍ୱତନ୍ତ୍ର କବିତା ପାଠର ଆୟୋଜନ କରାଯାଇଥିଲା I ବିଭିନ୍ନ ବିଭାଗର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା I ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଚେକ ପ୍ରଦାନ କରାଯିବା ସହ ଚାଷୀମାନଙ୍କୁ ମୁଗ ବିହନ ବଣ୍ଟନ କରାଯାଇଥିଲା I

ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ତପନ ନାୟକ ଓ ଭକ୍ତବନ୍ଧୁ ଜନାର୍ଦନ ଦଲେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ପିଏଆଇଟିଡିଏ ଶ୍ରୀମତି ସ୍ନେହପ୍ରଭା ମାଝୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଧାରାଣୀ ସରକାର ପରିଚାଳନା କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande