
ଗଞ୍ଜାମ, ୨୫ ଡିସେମ୍ବର (ହି.ସ.)- ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ହିନ୍ଦୀ ସିନେ ଜଗତର ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟକ ସ୍ବର୍ଗତ ମହମ୍ମଦ ରଫିଙ୍କ ପୂଣ୍ୟ ଜନ୍ମତିଥିରେ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନୀ ସେଲିବ୍ରସନ ପରିସରରେ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ଓ ସଂଗୀତ ସନ୍ଧ୍ୟା ଆୟୋଜିତ ହୋଇଥିଲା |
ଏଥିରେ ସମ୍ପାଦକ ମହମଦ ଆସଲାମ, ଉପସଭାପତି ଦ୍ବୟ ମହେନ୍ଦ୍ର ନାଥ ସାହୁ ଓ ହର ମୋହନ ପାଣିଗ୍ରାହୀ, ଶ୍ରୀମତୀ ଜୟନ୍ତୀ ପାତ୍ର,ସଂଗଠନ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, ରୟାଲ ଇଭେଣ୍ଟର ସଭାପତି ରମେଶ ଚନ୍ଦ୍ର ସେଠି, ସଂଗୀତଜ୍ଞ ମହମଦ ଇସ୍ମାଇଲ, ଡାକ୍ତର ରାମହରୀ ଖଣ୍ଡୁଆଳ, ସର୍ବଶ୍ରୀ ପିତାମ୍ବର ଅଚାରୀ, ମିଳସନ ସାହୁ ଓ ଟୁକୁନା ଦାସଙ୍କ ସମେତ ଅନେକ ରଫି ଓ ସଂଗୀତ ପ୍ରେମୀ ବନ୍ଧୁମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ସ୍ବର୍ଗତ ରଫିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ପ୍ରମୁଖ ସଂଗୀତମାନ ଗାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ