ସ୍ୱାଧୀନତା ସଂଗ୍ରାମୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ରାଉତଙ୍କ ବିୟୋଗ
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ଲକ୍ଷ୍ମୀପ୍ରିୟା ରାଉତଙ୍କ ୮୫ ବର୍ଷ ବୟସରେ ବୁଧବାର ସକାଳ ତାଂକ ନିଜ ଗ୍ରାମ କମାରବନ୍ଧ ସ୍ଥିତି ବାସଭବନରେ ପରଲୋକ ଘଟିଛି। ଲକ୍ଷ୍ମୀପ୍ରିୟା ଦୀର୍ଘ
LAXMIPRIYA ROUT NKA DEHANTA


ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ଲକ୍ଷ୍ମୀପ୍ରିୟା ରାଉତଙ୍କ ୮୫ ବର୍ଷ ବୟସରେ ବୁଧବାର ସକାଳ ତାଂକ ନିଜ ଗ୍ରାମ କମାରବନ୍ଧ ସ୍ଥିତି ବାସଭବନରେ ପରଲୋକ ଘଟିଛି। ଲକ୍ଷ୍ମୀପ୍ରିୟା ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରୋଇ ଚିକିତ୍ସାଧିନ ଥିଲେ। ସେ ଜଣେ ଧର୍ମପ୍ରାଣା,ପରୋପକାରୀ,ସ୍ନେହି ଓ ମିଷ୍ଠାଭାଷି ହୋଇଥିବାରୁ ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଂଚଳରେ ଗଭୀର ଦୁଃଖ ଓ ଶୋକର ଛାୟା ଖେଳିଯାଇଛି। ମାଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ବେଳକୁ ସ୍ୱାମୀ ବ୍ରଜକିଶୋର ରାଉତ,ବଡ଼ ପୁଅ ପ୍ରଶାନ୍ତ କୁମାର ରାଉତ,ସାନ ପୁଅ ସାମ୍ବାଦିକ ସୁଶାନ୍ତ କୁମାର ରାଉତ,ପୁତ୍ରବଧୂ,ଝିଅ, ଜ୍ୱାଇଁ,ନାତି ନାତୁଣୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ମରଶରୀରକୁ ନିଜ ପୈତୃକ ଜାଗାରେ ସଂସ୍କାର କରାଯାଇଥିଲା। ବଡ ପୁଅ ପ୍ରଶାନ୍ତ କୁମାର ରାଉତ ମୁଖାଗ୍ନି ଦେଇଥିଲେ।ଖବର ପାଇ ବରିଷ୍ଟ ସାମ୍ବାଦିକ ବାସୁଦେବ ତ୍ରୀପାଠୀ,ରସାନନ୍ଦ ମହାପାତ୍ର,ଅନିଲ କୁମାର ବାରିକ,ପ୍ରଦୀପ କୁମାର ମହାପାତ୍ର,ସୁଧାକର ଦାଶ, କୁଳମଣି ବେହେରା,ସଂଜିବ କୁମାର ମହାନ୍ତି,ବିଶ୍ୱ ଜିତି ପଲାଇ,ଗୌରାଙ୍ଗ ଦାଶ ଓ ଅରଜିତ ରାଉଳ ସମେତ ବିଦିଷ୍ଟି ବ୍ୟକ୍ତି ମାନେ ପହଂଚି ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande