


ବଲାଙ୍ଗିର, 25 ଡିସେମ୍ବର (ହି.ସ.)
ସର୍ବଭାରତୀୟ ବହୁଭାଷୀ ନାଟକ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ନାଟକ ସମାରୋହ ମଠଖାଇ ମହୋତ୍ସବ ଆଜି ଗୁରୁବାର କୋଶଳ କଳା ମଣ୍ଡଳ ଠାରେ ଉଦ୍ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତି କୋଶଳ କଳା ମଣ୍ଡଳ କୁ ଅଣାଯିବା ପରେ ମଠଖାଇ ମହୋତ୍ସବ ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଏହାକୁ ଗ୍ରହଣ କରି ମଞ୍ଚ ସମ୍ମୁଖରେ ସ୍ଥାପନ କରି ମଠଖାଇ ମହୋତ୍ସବ ଉଦ୍ଘାଟନ ଘୋଷଣା କରିଥିଲେ।
ଏହାପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। କୋଶଳ କଳା ମଣ୍ଡଳ ପଡ଼ିଆରୁ ସାଂସ୍କୃତିକ ଶୋଭାଯାତ୍ରା କଚେରି ଛକ, ପାଟଣା ଛକ, ପାଟଣେଶ୍ୱରୀ ମନ୍ଦିର ଓ ସମଲେଶ୍ୱରୀ ମନ୍ଦିର ପୁଣି କୋଶଳ କଳା ମଣ୍ଡଳରେ ପହଞ୍ଚିଥିଲା। ଦେବୀ ପାଟଣେଶ୍ୱରୀ ଓ ଦେବୀ ସମଲେଶ୍ୱରୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସୁଡ଼ପଡ଼ା ଘଣ୍ଟ ବାଦ୍ୟ, ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ଥିଲେ। ଏହି ଶୋଭାଯାତ୍ରା ରେ ବହୁ ନାଟ୍ୟକାର ଓ ନାଟ୍ୟପ୍ରେମୀ ସାମିଲ ହୋଇଥିଲେ।
ସନ୍ଧ୍ୟାରେ ପ୍ରଥମ ରଜନୀ ପ୍ରଥମ ରଜନୀ ରେ ଓଡ଼ିଆ ନାଟକ ମାଗୁଣି ର ଶଗଡ଼ ମଞ୍ଚସ୍ଥ ହୋଇଥଲା ଭୁବନେଶ୍ୱର ବିଦ୍ୟା ଜନକ ସୃଜନୁଷ୍ଟାନ ଦ୍ବାରା । ନାଟ୍ୟକାର ନବୀନ କୁମାର ପରିଡ଼ା ଙ୍କ ନାଟକ କୁ ଜଗଦୀଶ ପ୍ରସାଦ ମହାରଣା ନିର୍ଦ୍ଦେଶନା ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାଇ କୃଷ୍ଣ କଲା ପରିଷଦ ବଲାଙ୍ଗିର ର କଳାକାର ନୃତ୍ୟ ପରିବେଷଣ କରୁଥିଲେ।
ପୂର୍ବରୁ ସାଂସ୍କୃତିକ ସଭା ରେ ମୂଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରଜ୍ ସାହୁ ସମ୍ମାନୀତ ଅତିଥି ଥିଲେ ନାଟ୍ୟକାର ସନାତନ ଠାକୁର ଙ୍କୁ ମଠାଖାଇ ସମ୍ମାନ ରେ ସମ୍ମାନୀତ କରାଯାଇ ଥିଲା।ମଠ ଖାଇ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଡ଼ ନୃପ ରାଜ ସାହୁ କହିଛନ୍ତି ନାଟକ କୁ ନେଇ ମଣିଷ ସମାଜ ରେ ଜିଇଁ ବାର ଶିଖିଥାଏ। ସମ୍ନାନିତ ଅତିଥି ଶ୍ରୀ ସନାତନ ଠାକୁର କହିଛନ୍ତି ଯେ ଯେଉଁ ସମୟ ରେ ନାଟକ ସାରି ଯାଉ ଥିଲା ସେହି ସମୟ ରେ ମାଠଖାଇ ମହୋତ୍ସବ ନାଟକ କୁ ପୁନର୍ଜନ୍ମ ଦେଇ ଜନ ମାନସ ରେ ଉତ୍ସାହ ଭରି ଦେଇଛି। ମହୋତ୍ସବ ଅଧ୍ୟକ୍ଷ ନରସିଂହ ମିଶ୍ର ଉପସ୍ଥିତ ଦର୍ଶକ ଙ୍କୁ ସବୁଦିନ ଆସି ନାଟକ ଗୁଡ଼ିକ ର ଉପଭୋଗ କରିବା କୂ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ