
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଏହି ଜିଲାର ଧାମରା ବିଜେପି କାଯ୍ୟାଳୟ ଠାରେ ବିଜେପି ମଣ୍ଡଳ ପକ୍ଷରୁ ବାଜପେୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ଚାନ୍ଦବାଲିରେ ଘଟିଯାଇଥିବା ନାବାଳିକା ସନ୍ଧ୍ୟାରାଣୀ ମିଶ୍ରଙ୍କ ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ୨ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପିତାମ୍ବର ଦାସଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ମୁଖ୍ୟବକ୍ତା ଭାବେ ଶୁବାଶ ଦାସ ନିଜର ବକ୍ତବ୍ୟରେ ବାଜପେୟୀଙ୍କ ଭାରତ ପ୍ରତି ଅବଦାନ ଏବଂ ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ। ସଭାପତି ନିଜ ବକ୍ତବ୍ୟରେ ବାଜପେୟୀଙ୍କ ଉକ୍ତିକୁ ଉଦ୍ଧାର କରି କିପରି ଜଣେ ସୁଶାସନ ଦେଇପାରିବା ସହ ଭାରତର ଜନତାଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ଏହି ଜୟନ୍ତୀରେ ଅନ୍ୟ ମାନଙ୍କ ମଧ୍ୟରେ ବର୍ଷିଆନ ନେତା ଅଭିମନ୍ୟୁ ରାଉତ, ନିତ୍ୟାନନ୍ଦ ବେହେରା, ମଧୁସୁଦନ ସେଠୀ, ରୋହିତ ଜେନା, ଧ୍ରୁବ ଚରଣ ଜେନା, ଦେବବ୍ରତ ବିଶ୍ୱାଳ,ବସନ୍ତ ଖିଲାର, ପ୍ରହ୍ଲାଦ ସ୍ୱାଇଁ, ରତିକାନ୍ତ ଜେନା, ସୁନାକର ମାଝୀ, ନିରୋଦ ନାୟକ, ବିଶଯବଜିତ ରାଉତ, ବୈକୁଣ୍ଠ ବେହେରା, ଅକ୍ଷୟ ବେହେରା, ଜିତୁନା ବେହେରା,ବସନ୍ତ ଦାସ, ନରେନ୍ଦ୍ର ଦାସ ଙ୍କ ସମେତ ଧାମରାଇ ମଣ୍ଡଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଶେଷରେ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ