
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଆଜି ଡିସେମ୍ବର ୨୫ ଉପଲକ୍ଷେ ସ୍ୱୁ ସ୍ଥାନରେ ପବିତ୍ର ତୁଳସୀ ପୂଜନ ଭାବ ଭକ୍ତିର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ କୋଡବରୁଆ ଆଶ୍ରମ ଠାରେ ମା ତୁଳସୀ ଦେବୀ ଙ୍କ ପୂଜା ଆୟୋଜିତ ହୋଇଥିଲା। ସମିତି ସଭାପତି ଦୈତାରି ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷାବିତ ପବନ କୁମାର ନାୟକ, ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ମହାନ୍ତି,ବରିଷ୍ଠ ଶିକ୍ଷକ କାଳିପଦ ଦାସ, ଅଧ୍ୟାପକ ତପନ କୁମାର ଓଝା, ସାମ୍ବାଦିକ ଦୁର୍ଯୋଧନ ଲେଙ୍କା ପ୍ରମୁଖ ଯୋଗ ଦେଇ ସନାତନ ହିନ୍ଦୁ ଧର୍ମରେ ବୃନ୍ଦାବତୀଙ୍କ ପୂଜା ମହିମା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣପତି ଆବାହନ,ଗୁରୁବନ୍ଦନା, ଆଶା ରାମାୟଣ ପାଠ ସହିତ ପୁଷ୍ପ,ଧୂପ ଦୀପ, ନୈବେଦ୍ୟ ଅର୍ପଣ ପୂର୍ବକ ମା ତୁଳସୀ ଙ୍କୁ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିଲେ। ଏଥିରେ ସମିତି ପକ୍ଷରୁ ଅଶୋକ କୁମାର ମିଶ୍ର, ସୁଷମା ମହାନ୍ତି, ଅନିତା ରାଣୀ ମିଶ୍ର, ଜ୍ୟୋତି ରଞ୍ଜନ ମହାନ୍ତି, ଚନ୍ଦନ ଦାସ, ଅମରିଶ ମହାନ୍ତି, ଓମ ପ୍ରଜ୍ଞାନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ