ଜୟପୁରରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳିତ
ଜୟପୁର, ୨୫ ଡିସେମ୍ବର (ହି.ସ.)- ଜୟପୁରରେ ଜେଇଏଲସି ଚର୍ଚରେ ପାଳନ ହେଉଛି ବଡଦିନ । କୋରାପୁଟ ଜିଲା ସହ ଜୟପୁର ସହରରେ ଥିବା ଚର୍ଚରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳିତ ହୋଇଛି । ଚର୍ଚକୁ ଆକର୍ଷଣିୟ ତୋରଣ ସହ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଖ୍ରୀଷ୍ଟିୟ ସମ୍ପ୍ରଦାୟର ଯୁବକ, ଯୁବତୀ
ଜୟପୁରରେ  ଯୁଶୁଖ୍ରୀଷ୍ଟଙ୍କ ଜନ୍ମ  ଦିବସ ପାଳିତ


ଜୟପୁର, ୨୫ ଡିସେମ୍ବର (ହି.ସ.)- ଜୟପୁରରେ ଜେଇଏଲସି ଚର୍ଚରେ ପାଳନ ହେଉଛି ବଡଦିନ । କୋରାପୁଟ ଜିଲା ସହ ଜୟପୁର ସହରରେ ଥିବା ଚର୍ଚରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳିତ ହୋଇଛି । ଚର୍ଚକୁ ଆକର୍ଷଣିୟ ତୋରଣ ସହ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଖ୍ରୀଷ୍ଟିୟ ସମ୍ପ୍ରଦାୟର ଯୁବକ, ଯୁବତୀ, ଛୋଟ ଠାରୁ ବଡ ସମସ୍ତେ ନୂତନ ବସ୍ତ୍ର ପିନ୍ଧି ଥିଲେ । ଚର୍ଚରେ ପରବ ସହ ଏକତ୍ରିତ ହୋଇ ମିଳିତ ପ୍ରାର୍ଥନା ଏବଂ ବାଇବେଲ ପାଠ କରିଥିଲେ । ସମସ୍ତେ ପରସ୍ପରକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସରେ ଶୁଭ କାମନା ଜଣାଇବା ସହ ମିଷ୍ଟାନ ବଣ୍ଟନ କରିଥିଲା । ଜୟପୁର ମୁଖ୍ୟ ଚର୍ଚ ଜେଇଏଲସି ଚର୍ଚରେ ପାଷ୍ଟର ବାଇବେଲ ପାଠ କରିଥିଲେ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ଅବସରରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ମଧ୍ୟ ଶୁଭେଛା ଜଣାଇଥିଲେ । କାଉନସିଲର ପ୍ରଣବ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଜୟପୁର ହାନ୍ନାଗୁଡା, କୁମୁଲିପୁଟ, ହାଟପଦା, ବୋରିଗୁମ୍ମା ରେ ଥିବା ଗୀର୍ଜା ଘରରେ ବଡ ଦିନ ପାଳିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande